ବାହାନଗା : ଗତକାଲି ସନ୍ଧ୍ୟାରେ ବାହାନଗା ଷ୍ଟେସନ୍ ବଜାରରେ ୩ ଟି ଟ୍ରେନ ମଧ୍ୟରେ ଘଟିଛି ଭୟଙ୍କର ସିରିଜ ଦୁର୍ଘଟଣା I ଏହି ଦୁର୍ଘଟଣା କାରଣରୁ ସେହି ପଥରେ ଯାତାୟାତ କରୁଥିବା କେତେକ ଟ୍ରେନ୍କୁ ବାତିଲ ଓ ଆଉ କେତେକ ଟ୍ରେନ୍କୁ ଆଂଶିକ ବାତିଲ କରାଯାଇଛି ବୋଲି ଆଜି ସକାଳେ ରେଳବାଇ ତରଫରୁ ବୁଲେଟିନ୍ ନମ୍ବର ୬ରେ ସୂଚନା ଦିଆଯାଇଛି।
ସୂଚନାନୁସାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ।ଏ ଏହି ଟ୍ରେନ୍ର କିଛି ବଗି ଆର ଟ୍ରାକ୍ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍ରେ ଆସିଥିଲା ଯଶୱନ୍ତପୁର ହାୱାଡ଼ା ଟ୍ରେନ୍। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା।
ଦୁଇଟି ସୁପର୍ ଫାଷ୍ଟ ଓ ଗୋଟିଏ ମାଲ୍ଗାଡ଼ି ମଧ୍ୟରେ ଦୁର୍ଘଟଣାରେ ୨୩୮ ଜଣଙ୍କ ମୃତ୍ୟୁ ହୋଇଛି । ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ବାହାନାଗା ଦୁର୍ଘଟଣା ପରେ ଏହି ରୁଟ୍ରେ ଯାଉଥିବା ବହୁ ଟ୍ରେନ୍କୁ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନ ଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି। ଆଜି ବାତିଲ ହୋଇଥିବା ଟ୍ରେନ ଗୁଡିକ ମଧ୍ୟରେ ରହିଛି :
ଆଜି ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି-
-୨୨୬୦୬ ବିଲ୍ଲୁପୁରମ୍-ପୁରୁଲିଆ ଏକ୍ସପ୍ରେସ,
-୨୨୬୪୧ ତ୍ରିବେନ୍ଦ୍ରମ୍-କୋଲ୍କାତା ଶାଲିମାର୍ ଏକ୍ସପ୍ରେସ୍,
-୧୨୫୫୧ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍,
-୧୨୮୬୪ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍,
-୧୨୨୫୩ ବେଙ୍ଗାଲୁରୁ-ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍,
-୧୨୮୩୮ ପୁରୀ-ହାୱଡ଼ା ଏକ୍ସପ୍ରେସ୍,
-୧୮୦୨୨ ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଏକ୍ସପ୍ରେସ୍,
-୧୮୦୪୬ ହାଇଦ୍ରାବାଦ-ଶାଲିମାର ଏକ୍ସପ୍ରେସ୍,
-୧୨୭୦୪ ସିକନ୍ଦରାବାଦ-ହାୱାଡ଼ା ଫଲକନୁମା ଏକ୍ସପ୍ରେସ,
-୦୮୪୧୫ ଜଳେଶ୍ବର-ପୁରୀ ସ୍ପେସାଲ୍,
-୦୮୪୧୨ ଭୁବନେଶ୍ବର-ବାଲେଶ୍ବର ସ୍ପେସାଲ୍,
-୦୮୪୧୧ ବାଲେଶ୍ବର-ଭୁବନେଶ୍ବର ସ୍ପେସାଲ୍ ଟ୍ରେନ୍,
-୧୮୦୪୪ ଭଦ୍ରକ-ହାୱଡ଼ା ଏକ୍ସପ୍ରେସ୍,
-୨୦୮୯୦ ତିରୁପତି-ହାୱଡ଼ା ଏକ୍ସପ୍ରେସ୍,
-୦୮୪୧୫/୦୮୪୧୬ ଜେନାପୁର-ପୁରୀ-ଜେନାପୁର ଟ୍ରେନ୍
-୦୮୪୩୯ ପୁରୀ-ପାଟନା ସ୍ପେସାଲ୍ ଟ୍ରେନ୍।