ପ୍ରକୃତି ମିତ୍ର ପୁରସ୍କାର ପାଇଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭୁବନେଶ୍ୱର ଲୋକସଭା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟର ଠାରେ ଆଜି ମହାସମାରୋହରେ ଆୟୋଜିତ ହୋଇଛି ବିଶ୍ୱ ପରିବେଶ ଦିବସ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁକୁ ଚଳିତ ବର୍ଷ “ପ୍ରକୃତି ମିତ୍ର” ପୁରସ୍କାର ସହିତ ୨୦୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି। ପରବେଶ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ଓଡିଶା ସରକାର ପ୍ରଦୀପ କୁମାର ଆମାତ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ରାଜ୍ୟ ଜଙ୍ଗଲ ବାହିନୀ ମୁଖ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦେବୀଦତ୍ତ ବିଶ୍ୱାଳ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ, ପରବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସତ୍ୟବ୍ରତ ସାହୁ ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ ଓଡିଶା ରିଏଲ ଇଷ୍ଟେଟ ରେଗୁଲେଟାରୀ ଅଥରିଟି ସିଦ୍ଧାନ୍ତ ଦାସ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରିଥିଲେ। ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ବିଜ୍ଞାନ ଶିକ୍ଷକ ଗଙ୍ଗାନାରାୟଣ ଦାସ ପୁରସ୍କାର ଗ୍ରହଣ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ନର୍ଲା ବ୍ଲକର ସରିଆଁ ଉଚ୍ଚ ବିଦ୍ୟାଳୟ ଶିକ୍ଷା ଓ କ୍ରିଡ଼ା କ୍ଷେତ୍ରରେ ସାରା ଜିଲ୍ଲାରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି। ଏହାସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇଙ୍କ ତତ୍ବାବଧାନରେ ସ୍କୁଲ ପରିସର ସବୁଜମୟ ହୋଇ ଉଠିଛି। ପ୍ରକୃତିର ସଂରକ୍ଷଣ ଓ ସୁରକ୍ଷା କ୍ଷେତ୍ରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ଅବଦାନ ଅତୁଳନୀୟ। ତେବେ ଏହି ବିଦ୍ୟାଳୟ ପ୍ରକୃତି ମିତ୍ର ପୁରସ୍କାର ପାଇବା କଥା ପ୍ରଚାରିତ ହେବାପରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଦୁର୍ବାଦଳ ଭୋଇ, ସମ୍ପାଦକ ମିଲନ କୁମାର ଭୋଇଙ୍କ ସମେତ ନର୍ଲା ବ୍ଲକର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି।  

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.