ଶିକ୍ଷକ ରାମଚନ୍ଦ୍ର ସେନାପତିଙ୍କ ବଦାନ୍ୟତା

ବାହାନଗା ରେଳ ଦୁର୍ଘଟଣାରେ ସିଏମଆରଏଫ ଫଣ୍ଡକୁ ୨୫ ହଜାର ଟଙ୍କାର ସହାୟତା ଦେଲେ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ମଙ୍ଗଳ ବିଭାଗର କାର୍ଯ୍ୟରତ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସେନାପତିଙ୍କ ବଦାନ୍ୟତା | ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜ ତରଫରୁ ୨୫ହଜାର ଟଙ୍କା ପ୍ରଦାନ କରିଛନ୍ତି | ଆଜି ରାୟଗଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ଶିକ୍ଷକ ଶ୍ରୀ ସେନାପତି ୨୫ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି | ତାଙ୍କର ଏପରି ସାହାର୍ଯ୍ୟକାରୀ ବଦାନ୍ୟତା ପାଇଁ ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଭୁୟସୀ ପ୍ରଶଂସା କରିଥିଲେ | ସେହିପରି ଆଜି ରାୟଗଡା ଜିଲ୍ଲା ବନ ଖଣ୍ଡିୟ ତରଫରୁ ଅନୁଷ୍ଠିତ ଅନ୍ତର୍ଜାତୀୟ ପରିବେଶ ଦିବସ ପାଳନ ଅବସରରେ ଶିକ୍ଷକ ଶ୍ରୀ ସେନାପତିଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଛି | ରାୟଗଡା ଜିଲ୍ଲା ସଦର ବ୍ଲକର ତାଡ଼ମା ଆଶ୍ରମ ବିଦ୍ୟାଳୟରେ ଶ୍ରୀ ସେନାପତି କାର୍ଯ୍ୟରତ ରହିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.