ସୁବର୍ଣ୍ଣପୁର ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଓ ପଲିଥିନ ମୁକ୍ତ ଦିବସ ପାଳନ

ପରିବେଶ ସୁରକ୍ଷା ଓ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବାକୁ ସଂକଳ୍ପ ନେବା -ଜ଼ିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ବନ ବିଭାଗ ଅଫିସ ସଭା ଗୃହ ଠାରେ ବିଶ୍ୱ ପରିବେଶ ଦିବସ ଓ ପଲିଥିନ ମୁକ୍ତ ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ ଦୀର୍ଘ ୫୦ ବର୍ଷ ଯାଏ ପରିବେଶ ପାଇଁ କାର୍ଯ୍ୟକରି ଆସୁ ଥିବା ଜଙ୍ଗଲ ବିଭାଗ ଓ ଆମ ସମସ୍ତ ଙ୍କ ପାଇଁ ଆଜି ଏହାର ପର୍ଯ୍ୟାବରଣ କରାଯିବାର ସମୟ ଆସିଛି ବୋଲି କହି ବାୟୁ ଜଳ ମାଟି ପ୍ରଦୂଷଣ ହେଲେ ସମଗ୍ର ପରିବେଶ ପ୍ରଦୂଷଣ ହେବ ଏଣୁ ଆମେ ବୃକ୍ଷ ରୋପଣ, ଏହାର ଯତ୍ନ ଏବଂ ପଲିଥିନ ବ୍ୟବହାର ଉପରେ ସମ୍ପୂର୍ଣ ରୋକ ଲଗାଇ ପରିବେଶ ବଞ୍ଚାଇବାକୁ ଆଜିର ଦିନରେ ସମସ୍ତେ ସଂକଳ୍ପ ନେବା ବୋଲି ମତ ରଖିଥିଲେ l ଏହାସହ ପରିବେଶ ସନ୍ତୁଳନ ପାଇଁ ଆମ ସହରରେ ଏଆର ଇଣ୍ଡେକ୍ସ ଓ ଆର ପି ଆର ସି ମେଗା ପ୍ଲାଣ୍ଟ ପ୍ରସ୍ତୁତି ପାଇଁ ବନ ବିଭାଗକୁ ପରାମର୍ଶ ଦେଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା, ଡିଏଫଓ, ଏସିଏଫ, ଇଓ ଡି ଆର ଡି ଏ ନିହାର ରଞ୍ଜନ କଅଁର ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ମତ ରଖିଥିଲେ l ସଭାରେ ବିଭିନ୍ନ ବ୍ଲକର ୫ ଜଣ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ରଙ୍କୁ ଜ଼ିଲ୍ଲାପାଳ ଏବଂ ଏସପି ପୁରସ୍କୃତ କରିଥିଲେ l ଶେଷରେ ଏହି କ୍ୟାମ୍ପସରେ ଜ଼ିଲ୍ଲାପାଳଙ୍କ ସମେତ ସମସ୍ତ ଅତିଥି ବୃକ୍ଷ ରୋପଣ କରିଥିଲେ l ସୋନପୁର ବନଖଣ୍ଡ ଅଧିକାରୀ ମନୋରଞ୍ଜନ ବାଘଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.