ବାହାନଗା ଟ୍ରେନ ଦୁର୍ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ଗତକାଲି ସିବିଆଇ ଟିମ୍ ବାଲେଶ୍ୱରରେ ଆସି ଦୁର୍ଘଟଣାର ସ୍ଥଳ ଅନୁଧ୍ୟାନ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ। ମିଳିଥିବା ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ସିବିଆଇ ଟିମ୍ ପ୍ରଥମେ ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିବ। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା? ଏହା ପଛରେ ଅପରାଧିକ ଷଡଯନ୍ତ୍ର ରହିଛି କି? ପ୍ରଥମେ ଏସବୁର ଯାଞ୍ଚ କରିବା ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ସୂଚନା ମିଳିଛି। ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ ଟିମ୍ ଆସି ତଦନ୍ତ ଆରମ୍ଭ କରିଦେଇଛି। ୧୦ ଜଣିଆ ସିବିଆଇ ଟିମ୍ ଆସି ମାମଲାର ତଦନ୍ତ କରୁଛି ବୋଲି ସୂଚନା ମିଳିଛି। ତାଙ୍କ ଫୋରେନ୍ସିକ୍ ଟିମ୍ ତଦନ୍ତ ଜାରି ରଖିଥିବା ଦକ୍ଷିଣ ପୂର୍ବ ରେଳ ସିପିଆର୍‌ଓ ଆଦିତ୍ୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି

Omkar Vasthu
Omkar Vasthu

ସେପଟେ ବାହାନଗା କର୍ମଚାରୀଙ୍କ କାର୍ଯ୍ୟ ସନ୍ଦେହ ଘେରରେ ରହିଥିବାରୁ ସେମାନଙ୍କୁ କମିସନ୍ ଅଫ୍ ରେଲ୍‌ ସେଫ୍ଟି (ସିଆର୍‌ଏସ୍‌)ର ତଦନ୍ତ ପରିସରଭୁକ୍ତ କରାଯାଇଛି। ସମସ୍ତଙ୍କୁ ଜେରା ଜାରି ରହିଛି। ଏଥିରେ ବାଲେଶ୍ୱର ରେଳ ଷ୍ଟେସନରୁ ବାହାନଗା ବଜାର ରେଳ ଷ୍ଟେସନ ପର୍ଯ୍ୟନ୍ତ ରେଳ ଲାଇନ୍ ମରାମତି ଦାୟିତ୍ୱରେ ଥିବା ସଂସ୍ଥାର ସୁପରଭାଇଜରଙ୍କୁ ମଧ୍ୟ ସିଆର୍‌ଏସ୍‌ ପଚରାଉଚରା କରାଯାଉଛି। ତା ସହିତ ସିଗ୍‌ନାଲ୍‌ ଇଞ୍ଜିନିୟର, ଷ୍ଟେସନ ମାଷ୍ଟର, ଆସିଷ୍ଟାଣ୍ଟ ‌ଷ୍ଟେସନ ମାଷ୍ଟରଙ୍କ ସମେତ ପ୍ରାୟ ୧୦ରୁ ଅଧିକ କର୍ମଚାରୀଙ୍କୁ ଖଡଗପୁରସ୍ଥିତ ଡିଭିଜନ କାର୍ଯ୍ୟାଳୟରେ ସମସ୍ତଙ୍କୁ ଡକାଯାଉଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.