ଟ୍ରେନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି, ଆହତଙ୍କ ଆଶୁ ଆରୋଗ୍ୟ କାମନା

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଦୁର୍ଘଟଣାରେ ମୃତକଙ୍କୁ ବିଜେଡି ତରଫରୁ ଶ୍ରଦ୍ଧାଞ୍ଜଳି ଦେବା ସହ ଆହତଙ୍କ ଆଶୁ ଆରୋଗ୍ୟ କରା ଯାଇଛି | ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷଙ୍କ କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନେତୃତ୍ୱରେ ବିଜେଡି ନେତା, କର୍ମୀ ଓ ମହିଳାମାନେ ଏକାଠି ହୋଇଥିଲେ | ପରେ ଏକ ଶୋଭାଯାତ୍ରରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ଏକତା ଛକ ନିକଟରେ ପହଂଚିଥିଲେ | ସେଠାରେ କ୍ୟାଣ୍ଡେଲ ଜଳାଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲ ଓ ଆହତଙ୍କ ଆରୋଗ୍ୟ କାମନା କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଜେଡି ରାଜ୍ୟ ସମ୍ପାଦକ ସରୋଜ ସାହୁ, ରାଜେଶ ନିଗମ, ନୂଆପଡା ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, ଏନ.ଏ.ସି ଅଧ୍ୟକ୍ଷ ମହମ୍ମଦ ଆଦମ, ଜିଲ୍ଲା ପରିଷଦ ସଭ୍ୟ ମୁରଲୀ ଭୋଇ, ଉଷା ଠାକୁର, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, କାଳିଆ ପ୍ରଧାନ, ଜିଲ୍ଲା ସମ୍ପାଦକ ସୁଧୀର ମିଶ୍ର, ରବି ବାଗ, ଟେକରାମ ସାହୁ, ଗୁପ୍ତେଶ୍ୱର କୁମ୍ଭାର, ଅଶୋକ ଦେୱାଙ୍ଗନ, ଶ୍ୟାମଲାଲ କେଶରୱାନୀ, ପ୍ରତିଭା ହୋତା, ଯାଜ୍ଞସେନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥଲେ |

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.