ବାହାନଗା ଟ୍ରେନ୍ ଦୁର୍ଘଟଣା: ଏମ୍ସରେ ଥିବା ୬୬ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣରେ ଭୁବନେଶ୍ୱର ଏମ୍ସରେ ଥିବା ୧୨୩ ମୃତଦେହ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୬ଟି ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ଦିଆଯାଇ ସାରିଲାଣି। ବାକି ୫୭ ମୃତଦେହ ମଧ୍ୟରୁ ୪୧ଟି ମୃତଦେହକୁ ଦୁଇଟି କଣ୍ଟେନରରେ ରଖାଯାଇଥିବା ସୂଚନା ମିଳିଚି। ଏଠାରେ ମୃତକଙ୍କ ପରିବାରକୁ ୪ କୋଟି ୭୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ସୂଚନା ଅନୁସାରେ, ରାଜଧାନୀର ବିଭିନ୍ନ ହସ୍ପିଟାଲରେ ୧୯୩ଟି ମୃତଦେହ ରହିଥିବା ବେଳେ ସେଥିମଧ୍ୟରୁ ୯୫ ମୃତଦେହ ଚିହ୍ନଟ ହୋଇସାରିଛି। ଏଯାଏଁ ମୃତକଙ୍କ ପରିବାରକୁ ୬ କୋଟି ୯୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇସାରିଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୧୪ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ମାତ୍ର ୪ଟି  ଚିହ୍ନଟ କରାଯାଇଥିବା ବେଳେ ୩ଟିକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ସମ୍ ହସ୍ପିଟାଲରେ ୨୦ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୯ଟି  ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୯୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ସେହିପରି ହାଇ ଟେକ ହସ୍ପିଟାଲରେ ୧୦ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୨ଟି  ଚିହ୍ନଟ କରି ପରିବାରକୁ ଦିଆଯାଇଛି। ଏଠାରେ ମଧ୍ୟ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇସାରିଛି ବୋଲି ସୂଚନା ମିଳିଛି। ପୁଣି ପଟିଆ  କିମ୍ସ ହସ୍ପିଟାଲରେ ୨୦ଟି ମୃତଦେହ ଥିବା ବେଳେ ୭ଟି  ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି ଓ ୭୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ଆମରି ହସ୍ପିଟାଲରେ ମଧ୍ୟ ୬ଟି ମୃତଦେହ ଥିବା ବେଳେ ସେଥିମଧ୍ୟରୁ ୨ଟି  ଚିହ୍ନଟ କରାଯଇଛି। ହେଲେ ଗୋଟିଏ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଠାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.