ବେଦାନ୍ତ ଆଲୁମିନିୟମର ଉତ୍ପାଦକୁ ଆନ୍ତର୍ଜାତୀୟ ସଂସ୍ଥା ଦ୍ବାରା ପରିବେଶ ଉପଯୋଗି ବୋଲି ସ୍ୱୀକୃତି ପ୍ରଦାନ

ପରିବେଶ ଉତ୍ପାଦ ଘୋଷଣାନାମା (ଇପିଡି) ପ୍ରମାଣପତ୍ର ବେଦାନ୍ତ ଆଲୁମିନିୟମ ସ୍ଥାୟୀ ଉତ୍ପାଦନରେ ସର୍ବୋଚ୍ଚ ଶିଳ୍ପ ସମ୍ମାନ ହାସଲ କରିବାକୁ ସ୍ୱୀକୃତି ଦେଇଥାଏ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଶ୍ୱ ପରିବେଶ ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର ଉତ୍ପାଦ ପରିସର ପାଇଁ ପରିବେଶ ଉତ୍ପାଦ ଘୋଷଣାନାମା (ଇପିଡି) ପ୍ରମାଣପତ୍ର ଗ୍ରହଣ କରିଥିବା ଘୋଷଣା କରିଛି । ଏକ କଠୋର ଜୀବନ ଚକ୍ର ଆକଳନ (ଏଲସିଏ) ଅତିକ୍ରମ କରି ବେଦାନ୍ତର ପ୍ରାଥମିକ ଆଲୁମିନିୟମ ଉତ୍ପାଦ ଗୁଡ଼ିକ ଶକ୍ତି ବ୍ୟବହାର, ଗ୍ରୀନ ହାଉସ ଗ୍ୟାସ ନିର୍ଗମନ, ଜଳ ବ୍ୟବହାର ଓ ବର୍ଜ୍ୟ ବସ୍ତୁ ସୃଷ୍ଟି ମାପଦଣ୍ଡରେ ଭଲ ପ୍ରଦର୍ଶନ କରିଛି ଯାହା ଉନ୍ନତ ଉତ୍ପାଦନ ଅଭ୍ୟାସ ଓ ସବୁଜ ଉଦ୍ଭାବନକୁ ସ୍ୱୀକୃତି ପ୍ରଦାନ କରେ । ଏକ ପରିବଶ ଉପଯୋଗୀ ଉତ୍ପାଦ ଘୋଷଣାନାମା (ଇପିଡି) ହେଉଛି ଏକ ମାନକ ଏବଂ ଆନ୍ତର୍ଜାତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ ଡକ୍ୟୁମେଟ ଯାହା ଏକ ଉତ୍ପାଦର ପରିବେଶ ଉପଯୋଗିତା ଉପରେ ସୂଚନା ପ୍ରଦାନ କରିଥାଏ । ଏକ ବିସ୍ତୃତ ଜୀବନ ଚକ୍ର ମୂଲ୍ୟାୟନ (ଏଲସିଏ) ଉପରେ ଆଧାରିତ ଓ କଂଚାମାଲ ଉତୋଳନ, ଉତ୍ପାଦନ, ବ୍ୟବହାର ଓ ଶେଷ ନିଷ୍କାଦନ ସହିତ ଉତ୍ପାଦର ପରିବେଶ ଉପରେ ତଥ୍ୟ ପ୍ରଦାନ କରିଥାଏ । ବେଦାନ୍ତ ଦ୍ଵାରା ଉତ୍ପାଦିତ ସାମଗ୍ରୀ ଓ ଇପିଡି ଦ୍ଵାରା ପ୍ରମାଣିତ ହୋଇଥିବା ପ୍ରାଥମିକ ଆଲୁମିନିୟମ ଉତ୍ପାଦରେ ବିଲେଟ, ପ୍ରାଥମିକ ଫାଉଣ୍ଡ୍ରି ଆଲୋଏ (ପିଏଫଏ), ଓୟାର ରଡ ଓ ସବୁ ବର୍ଗର ଇନଗଟ ପରି ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ର ଗୁଡ଼ିକରେ ଉଚ୍ଚ ପ୍ରୟୋଗ ହାଇ ଟେକ ଉତ୍ପାଦନ, ଅକ୍ଷୟ ଶକ୍ତି, ବ୍ୟାଟେରି ପ୍ରଯୁକ୍ତି ବିଦ୍ୟା ପ୍ରଭୃତି ସନ ରାଇଜ ଉଦ୍ୟୋଗ ଅନୁଯାୟୀ ଅନ୍ତର୍ଭୁକ୍ତ । କୌତୂହଳର ବିଷୟ ହେଉଛି ଯେ ବିଶ୍ୱ ପରିବେଶ ଦିବସ ପାଇଁ ଏହି ବର୍ଷର ବିଶ୍ବସ୍ତରୀୟ ଥମ୍ ହେଉଛି ବିଟ୍ ପ୍ଲାଷ୍ଟିକ୍ ପ୍ରଦୂଷଣ । ଭଲ ଶକ୍ତି, ହାଲୁକା ଓଜନ, କ୍ଷୟ-ପ୍ରତିରୋଧ ଏବଂ ଅସୀମ ପୁନ ବ୍ୟବହାରର ଆଲୁମିନିୟମ୍ ଏହାର ଅନ୍ତର୍ନିହିତ ଗୁଣ ସହିତ ନିଜକୁ ପ୍ଲାଷ୍ଟିକ୍‌ ପାଇଁ ଏକ ଉପଯୋଗୀ ବିକଳ୍ପ ଭାବରେ ଉପସ୍ଥାପନ କରେ ।

Omkar Vasthu
Omkar Vasthu

ଏହି ପ୍ରମାଣପତ୍ର ଉପରେ ମତ ଦେଇ ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟର ସିଇଓ ଶ୍ରୀ ରାହୁଲ ଶର୍ମା କହିଛନ୍ତିଯେ ଅଧିକ ସ୍ଥାୟୀ ଆଭିମୁଖ୍ୟକୁ ନେଇ ଶୀଘ୍ର ଗତି କରୁଥିବା ଏକ ବିଶ୍ବରେ ଆଲୁମିନିୟମ ଶିଳ୍ପର ଅଭିବୃଦ୍ଧି ଓ ନୂତନତ୍ବ ପାଇଁ ପ୍ରସ୍ତୁତ ରହିଛି । ଏକ ସନ୍ଥ କାର୍ବନ ଭବିଷ୍ୟତର ମେରୁଦଣ୍ଡ ଭାବରେ ଆଲୁମିନିୟମର ଅସାଧାରଣ ଗୁଣ ପରିବର୍ତନ ପାଇଁ ଅପାର ସମ୍ଭାବନାକୁ ଦର୍ଶାଇଥାଏ । ବେଦାନ୍ତ ଆଲୁମିନିୟମର ଇପିତି ପ୍ରମାଣପତ୍ର ହେଉଛି ବିଶ୍ଵର ଗ୍ରାହକଙ୍କ ପାଇଁ ଉଞ୍ଜିନିୟରିଂ ସ୍ଥାୟୀ ଉତ୍ପାଦ ପ୍ରତି ଆମର ଉତ୍ସର୍ଗୀକୃତ କାର୍ଯ୍ୟର ଏକ ପ୍ରମାଣ । ଆମେ ସର୍ବଦା ପରିବେଶ ଉପଯୋଗୀ ସ୍ମୟୀ ଅଭ୍ୟାସ ବିକାଶ କରିବାକୁ ଚେଷ୍ଟା କରୁଛୁ ।

Pearl dental clinic
Near Ashish Medical Store, Bhawanipatna

ଇପିଡିକୁ ଦେଖୁବାପାଇଁ ଲଗଅନ କରନ୍ତୁ https://www.environdec.com/library/epd6491

Udyog Nursery
Udyogi Nursery

ସେବାଷ୍ଟିଆନ ଷ୍ଟିଲର, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇପିତି ଇଂଟରନ୍ୟାସନାଲ ଆଲାଏଡ କହଇଛନ୍ତିଯେ ଏହାର ଉତ୍ପାଦ ପରିସର ପାଇଁ କଠୋର ପରିବେଶ ଉତ୍ପାଦ ଘୋଷଣାନାମା (ଇପିଡି) ଆନ୍ତର୍ଜାତୀୟ ପ୍ରମାଣପତ୍ର ହାସଲ କରିଥିବାରୁ ଆମେ ବେଦାନ୍ତ ଆଲୁମିନିୟମକୁ ଅଭିନନ୍ଦନ ଜଣାଉଛୁ । ଏହା ବିଶ୍ଵ ବ୍ୟାପୀ ଗ୍ରାହକ ଆଧାରକୁ ସାମଗ୍ରୀ ସମ୍ବନ୍ଧରେ ସୂଚନାପୂର୍ଣ୍ଣ ନିଷ୍ପତି ନେବାରେ ସହାୟକ ହେବ । ବେଦାନ୍ତ ଆଲୁମିନିୟମ ମଧ୍ୟ ଭାରତୀୟ ଆଲୁମିନିୟମ ଉଦ୍ୟୋଗରେ ପ୍ରଥମ ଅଟେ ଯାହାକି ଏହାର ବୃହତ ପରିମାଣର ଆଲୁମିନିୟମ ଉତ୍ପାଦ ପାଇଁ ଉପଲବ୍ଧ ବିଏସ ପ୍ରମାଣପତ୍ର ସୁରକ୍ଷିତ ରଖିଛି । ଗୁଣବତା ଉପରେ କଂପାନି ସକ୍ରିୟ ଭାବରେ କାର୍ବନ ଫୁଟ ଘଂଟକୁ କମ କରିବାକୁ ଚାହୁଁଛି । କମ କାର୍ବନ ଫୁଟ ଫୁଟ ସହିତ ଧାତୁର ଚାହିଦାକୁ ଦୃଷ୍ଟିରେ ରଖି ଏହାର କମ ଅଙ୍ଗାରକାମ୍ଳ ସବୁଜ ଆଲୁମିନିୟମ ରଂଜ ବ୍ରାଣ୍ଡେଡ ରେସ୍ତୋରାଁ ଭାରତ ପାଇଁ ପ୍ରଥମ ଅଟେ । ଏହି କାରଣରୁ ଆର୍ଥିକ ବର୍ଷ ୨୨ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ଇଣ୍ଡେକ୍ସ (ଡିଜେଏସଆଇ) ବିଶ୍ବ ମାନ୍ୟତା ଏହାକୁ ଆଜି ବିଶ୍ଵର ଦ୍ଵିତୀୟ ସ୍ଥାୟୀ ଆଲୁମିନିୟମ ଉତ୍ପାଦକ ଭାବେ ପରିଣତ କରିଛି । ଏହାର କାର୍ଯ୍ୟକଳାପରେ ପରିବେଶ ପରିଚାଳନା ଅଭ୍ୟାସକୁ ବୃଦ୍ଧି କରି ଏହା ନିରନ୍ତର ଯାତ୍ରାରେ ଅନେକ ମାଇଲ ଖୁଟ ଅତିକ୍ରମ କରିଛି ।

● ୨୦୧୨ର ବେସଲାଇନରୁ ଗ୍ରୀନହାଉସ ଗ୍ୟାସ ନିର୍ଗମନ ତୀବ୍ରତାକୁ ବେସ ଲାଇନ ଠାରୁ ୨୪% ହ୍ରାସ କରିଛି ଓ ଉତ୍ପାଦନକୁ ଆଠ ଗୁଣା ବୃଦ୍ଧି କରିଛି ।

• ୧୩.୬୯ ବିଲିୟନ ଲିଟର ଜଳ ପୁନଃ ବ୍ୟବହାର ଓ ଆର୍ଥିକ ବର୍ଷ ୨୩ରେ ୧.୫୧ ବିଲିୟନ ଲିଟରରୁ ଅଧିକ ଜଳ ସଂରକ୍ଷଣ କରାଯାଇ ପାରିଛି ।

• ୧୦୦%ରୁ ଅଧିକ ଫ୍ଲାଏ ଆଶକୁ ଉପଯୋଗ ବ୍ୟବସ୍ଥା କରାଯାଇ ଭାରତୀୟ ଶିଳ୍ପ ସଂସ୍ଥା ଗୁଡ଼ିକ ସହିତ ଏକ ଅର୍ଥନୈତିକ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରାଯାଉଛି ।

• ଆର୍ଥିକ ବର୍ଷ ୨୩ରେ ୧.୩୬ ମିଲିୟନ ଜିଜେ ଶକ୍ତି ସଂରକ୍ଷଣ କରାଯାଇଛି ।

• ବୃହତ ଲିଥିୟମ ଆୟନ ବ୍ୟାଟେରି ଚାଳିତ ଇଭି ଫର୍କଲିଫର କାର୍ଯ୍ୟକାରୀତା ପ୍ରତିଷ୍ଠା ହୋଇଛି ।

• ମେଟାଲ ରିକଭରି ସୁବିଧାକୁ ପ୍ରତିଷ୍ଠା କରାଯାଇ ଦରକାରୀ ପଦାର୍ଥକୁ ପୃଥକୀକରଣ ବ୍ୟବସ୍ଥା ଝାରସୁଗୁଡ଼ାରେ ପ୍ରଚଳନ କରାଯାଉଛି ।

• ଏହାର ପରିବେଶ କ୍ଷେତ୍ରରେ ଜୈବ ବିବିଧତା ପରିଚାଳନା ଯୋଜନାକୁ ବଢାଇବା ପାଇଁ ଅଗ୍ରଣୀ ପରିବେଶ ସଂରକ୍ଷଣ ସଂସ୍ଥା ଇଆରଏମ ସହିତ ସହଭାଗୀ ହୋଇଛି ।

• ବେଦାନ୍ତ ଆଲୁମିନିୟମ୍ ର ସମସ୍ତ ବ୍ୟବସାୟ ୟୁନିଟ୍ ଗୁଡିକରେ ଆଇଏସଓ ୧୪୦୦୧: ୨୦୧୫ କୁ ଅନୁସରଣ କରୁଥିବା ଦୃଢ ପରିବେଶ ପରିଚାଳନା ସିଷ୍ଟମ୍ (ଇଏମଏସ)କୁ ନିୟୋଜିତ କରିଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ତାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସୁୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ବ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଟର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.