ଅସହାୟ ମହିଳାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କଲେ ସମାଜସେବୀ ଓ ଜ଼ିଲ୍ଲା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ବୁଢ଼ାରଜା ଛକ ନିକଟରେ ଦୀର୍ଘ ଦିନ ଯାଏ ପଡି ରହିଥିବା ଜଣେ ମୁକ ନିସହାୟ ମହିଳାଙ୍କୁ ସ୍ଥାନୀୟ କ୍ରୀଡ଼ାବିଦ ତଥା ସାମାଜିକ କର୍ମୀ ପଠାଣ ପଣ୍ଡା, ସମାଜସେବୀ ତଥା ରକ୍ତ ଦାତା ସଂଘ ଉଦ୍ୟୋକ୍ତା ମନୋଜ ପଣ୍ଡା, ସେବା ଭାରତୀ ଅନୁଷ୍ଠାନର ସଦସ୍ୟ କାହ୍ନୁ ସାହୁ ପ୍ରମୁଖଙ୍କ ଦ୍ୱାରା ଏବଂ ଜିଲ୍ଲା ପ୍ରଶାସନ ମାଧ୍ୟମରେସେ ବୃଦ୍ଧାଙ୍କୁ ଉଦ୍ଧାର କରି ତାଙ୍କ ସୁରକ୍ଷା, ପରିଚୟ ଓ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଥିଲା । ଜିଲ୍ଲା ସୁରକ୍ଷା ଅଧିକାରୀ ଅନିତା ଗୁରୁଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ୍ ଅସହାୟ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଏବଂ ସ୍ଥାନୀୟ ବୃଦ୍ଧାଶ୍ରମରେ ଥଇଥାନ କରି ଉକ୍ତ ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରତ୍ୟହ ଧ୍ୟାନ ରଖିଛନ୍ତି । ଏଭଳି ମହତ କାର୍ଯ୍ୟ ପାଇଁ ସମାଜସେବୀଙ୍କୁ ସହରର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.