କୋଠଘର ଆମ ସାହିତ୍ୟ ପରିବାରର ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): କୋଠଘର ଆମ ସାହିତ୍ୟ ପରିବାର ର ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ ପର୍ବ ବୁଦ୍ଧ ମନ୍ଦିର ପରିସର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କୋଠଘରର ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ପୋଲିସ ମହା ନିର୍ଦ୍ଦେଶକ, ସୁସହିତ୍ୟି ବିପିନ ବିହାରୀ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କାର୍ଯ୍ୟକାରୀ ସଭାପତି କଥାକାର ଡଃ ସୁଷମା ମିଶ୍ରଙ୍କ ସଭାପତିତ୍ୱରେ, ସମ୍ମାନିତ ଅତିଥି ଭାବରେ ସୁସାହିତିକା କାଦମ୍ବିନୀର ସମ୍ପାଦିକା ଡଃ ଇତି ସାମନ୍ତ, ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ପ୍ରଦୋଷ ପଟ୍ଟନାୟକ, ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଡଃ ହରିହର କାନୁନଗୋ, ମୁଖ୍ୟବକ୍ତା ଭାବରେ ବିଶିଷ୍ଠ ସାହିତ୍ୟିକ ଦାଶ ବେନହୁର ଯୋଗଦେଇଥିଲେ । ସମାଜ ସହିତ ସାହିତ୍ୟ କିପରି ଓତୋପ୍ରୋତ ଭାବରେ ଜଡିତ ଏହାର ବିଭିନ୍ନ ଦିଗ ଉପରେ ସମସ୍ତ ଅତିଥି ଆଲୋକପାତ କରିବା ସହିତ କୋଠଘରର କାର୍ଯ୍ୟଧାରାକୁ ଭୁୟସୀ ପ୍ରଶଂସା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦୂରଦର୍ଶନ ଉପସ୍ଥାପକ ଶିବାନନ୍ଦ ବାରିକ ମଞ୍ଚ ସଂଚାଳନା ଓ ଯୁଗ୍ମ ସମ୍ପାଦକ ଭାଷାବିଜ୍ଞାନୀ ଡଃ ଦେବାଶିଷ ମହାପାତ୍ର ଅତିଥି ପରିଚୟ ଏବଂ କୋଠଘର ପ୍ରତିଷ୍ଠାତା, ସମ୍ପାଦିକା ସୁସାହିତ୍ୟିକା ଅମ୍ବିକା ସ୍ୱାଇଁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଅତିଥିଙ୍କ କରକମଳରେ କୋଠଘର ପତ୍ରିକା ଏବଂ ଡଃ ଅଞ୍ଜଳି ତ୍ରିପାଠୀଙ୍କ ର ଭକ୍ତି କବିତା ପୁସ୍ତକ ଛପନ ଭୋଗ, ଶ୍ୱେତପଦ୍ମା ପାଢ଼ୀଙ୍କର ଗଳ୍ପ ପୁସ୍ତକ ଉନ୍ମୋଚିତ ହୋଇଥିଲା ।

Udyog Nursery
Udyogi Nursery

ଓଡ଼ିଶାର ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ଶୁଶ୍ରୀ ଶୈଳବାଳା ମହାପାତ୍ର ଏବଂ ପ୍ରାକ୍ତନ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀକାନ୍ତ ଚୌଧୁରୀଙ୍କୁ ସମ୍ପାଦିକାଙ୍କ ମାତା -ପିତାଙ୍କ ସ୍ମୃତିରେ ଶୈଳଭାମା ବିମ୍ବାଧର ସ୍ମୃତି ସେବା ସମ୍ମାନ ପ୍ରଦାନ କରିଥିଲେ ତାଙ୍କର ଜ୍ୟେଷ୍ଠ ପୁତ୍ର ଅଗ୍ନିଶମ ବିଭାଗର ମୁଖ୍ୟ ପ୍ରାକ୍ତନ ମହେଶ୍ୱର ସ୍ୱାଇଁ । କୋଠଘର ସାହିତ୍ୟ ସମ୍ମାନ ଓ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ ଡଃ ସୁଷମା ମିଶ୍ର, ଡଃ ଦେବାଶିଷ ମହାପାତ୍ର, ସୁଷମା ପରିଜା, ନମିତା ପାଇକରାୟ, ଆଶୁତୋଷ ମେହେର, ଡଃ ହିମାଦ୍ରୀ ତନୟା ମିଶ୍ର ପୂର୍ଣ୍ଣାନନ୍ଦ ମହାନ୍ତି, ସଂଯୁକ୍ତା ପରିଡା , ମଞ୍ଜୁଲତା ସିଂ, ଅରୁଣ କୁମାର ମହାନ୍ତି, ଭାରତୀ ପରିଡା ଇତ୍ୟାଦି । ପ୍ରଥମ ଅଧିବେଶନରେ କୋଠଘର ସଭାପତି ପ୍ରଦୀପ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ ସୁସାହିତ୍ୟିକ ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ । ଶହେରୁ ଅଧୁକ କବି ଯୋଗଦେଇ କବିତା ପାଠ କରିଥିଲେ ସଂଯୋଜନା କରିଥିଲେ କବି ପୂର୍ଣାନନ୍ଦ ମହାନ୍ତି, ପ୍ରୀତି ରଞ୍ଜନ ନାୟକ, ଡଃ ହିମାଦ୍ରୀ ତନୟା ମିଶ୍ର । ଏହି ସାରସ୍ୱତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ସୂର୍ଯ୍ୟ ମିଶ୍ର, ଡଃ ସୁଚେତା ରାଉତ, କାନନ ବାଳା ପଟ୍ଟନାୟକ, ସରୋଜ ରଞ୍ଜନ ପଟ୍ଟନାୟକ, ବାଉରି ବନ୍ଧୁ ଲେଙ୍କା, ଡଃ ଶଶୀ ଭୂଷଣ ମହାପାତ୍ର, ଅରୁଣ ବିଶ୍ୱାଳ ପ୍ରମୁଖ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  ସହ ସମ୍ପାଦକ ଅରୁଣ କୁମାର ମହାନ୍ତି, ମମତା ବାରିକ, ସ୍ୱାତି ମହାପାତ୍ର,  ଅମ୍ବରିଷ ଶତପଥୀ । ଧନ୍ୟବାଦ ଅର୍ପଣ କରିଥିଲେ କବି ଅଶୁତୋଷ ମେହେର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.