ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ୍ ଫେଡେରେସନ୍ କେସିଙ୍ଗା ବ୍ଲକ କମିଟି ଚୟନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କେସିଙ୍ଗା ବ୍ଲକର ସମସ୍ତ କର୍ମକର୍ତ୍ତା, ସମସ୍ତ ଯୋନ୍ ର ସମସ୍ତ କାର୍ଯ୍ୟ କାରିଣୀ ସଦସ୍ୟ, ପଞ୍ଚାୟତ କର୍ମକର୍ତ୍ତା ଓ ସମାଜସେବୀ ବୁଦ୍ଧିଜୀବୀଙ୍କ ଉପସ୍ଥିତରେ ରବିବାର ଦିନ ତହଁସିର ଏମଆଇପି ଡ୍ୟାମରେ ଏକ ଆଲୋଚନା ବୈଠକ ହୋଇ ଏଓଏସସିଏଫର ବ୍ଳକ କମିଟୀ ଚୟନ ଅନୁଷ୍ଠିତ ହୋଇଯାଇଛି । ଅସ୍ଥାୟୀ ସଭାପତି ନରହରି ସୁନାଙ୍କ ସଭାପତିତ୍ବରେ ୧ ନଂ ଜୋନରୁ ପୃଥିରାଜ ନାଏକ, ୨ ନଂ ଜୋନ୍ ରୁ କୃଷ୍ଣ ମହାନନ୍ଦ ୩ ନଂ ଜୋନ୍ ରୁ କୁବେର କରୁଆଁଙ୍କ ମନୋନୀତ କମିଟି ଓ ଉପସ୍ଥିତ ଜନସାଧାରଣଙ୍କ ସର୍ବସମ୍ମତିକ୍ରମେ ତେଜରାଜ୍ ବେହେରାଙ୍କୁ ସଭାପତି, ଲୋକନାଥ ନାଗ, ଓ ଗୋପାଳ ନାଏକ ଦୁଇଜଣଙ୍କୁ କାର୍ଯକାରୀସଭାପତି ଭାବରେ ମନୋନୀତ ହୋଇଥିଲେ, ରୋମାଞଳ କୁମାରଙ୍କୁ ସାଧାରଣ ସମ୍ପାଦକ, ସହସମ୍ପାଦକ ଭାବରେ କୁବେର କରୁଆଁ, ସତ୍ୟବାନ୍ ନାଗଙ୍କୁ କୋଷାଧ୍ୟକ୍ଷ, ଆଇନ ପରାମର୍ଶଦାତା ଭାବରେ ଜଳନ୍ଧର ବେହେରା, ଉପଦେଷ୍ଟା ରୂପେ ଦୟାନିଧି ନିଆଲ ଓ ଅଭିମନ୍ୟୁ ବିଶିଙ୍କୁ ମନୋନୀତ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯୁବ ବିଭାଗର ମୁଖ୍ୟରେ କପିଲ୍ ବାଗ୍ ଓ ଅତିରିକ୍ତ ମୁଖ୍ୟରେ ରୂପାଧର ବିଶିଙ୍କୁ ମନୋନୀତ କରାଯାଇଛି । ସ୍ବଚ୍ଛ, ଦୃଢ଼, ପରାକାଷ୍ଠା, ନିରପେକ୍ଷ, ସମାଜ ତଥା ସମାଜର ଅବହେଳିତ ଶୋଷିତ, ନିଷ୍ପେସିତ ଦୁଃଖି ଜନର ଉଦ୍ଧାର ଓ ଅଧିକାର ଏବଂ ଶିକ୍ଷା, ସମ୍ପତ୍ତି, ଶାସନ ପାଇଁ ଲଢିବା ଓ ଅଧିକାର ପାଇଁଁ ଉପସ୍ଥିତ ବୈଠକରେ ନୂତନ ମୋନୋନିତ ବ୍ଳକ କମିଟିକୁ ଉପଦେଶ ଦିଆଯାଇଛି ।

Udyog Nursery
Udyogi Nursery

ଜୟପ୍ରକାଶ ଜାଲଙ୍କ ପରିଚାଳନାରେ ଜିଲ୍ଲା ଉପଦେଷ୍ଟା ବିଜୟରାଜ ଶିଖା, ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, ଜିଲ୍ଲା ମହାସଚିବ ଯତୀନ୍ଦ୍ର କର, ଜିଲ୍ଲା ସମାଜିକ ଉପମୁଖ୍ୟ ଗିରିଜା ବେହେରା, ଅଭିଜିତ କର, ଏନ୍ଏସି ସଭାପତି ବିଷ୍ଣୁ ମଗଂରାଜ୍, ମହିଳା ନେତ୍ରୀ ଅଞୁ କୁମାର୍, ଦୁଃଖି କୁମାର୍, ଲିଙ୍ଗ ତାଣ୍ଡି, ଅନଗଂ ତାଣ୍ଡି, ଯୋନ ସଭାପତି ଯୁଧିଷ୍ଠିର ଭକ୍ତ, ସମ୍ପାଦକ ଡମ୍ବରୁ କରୁଆଁ,  ସୁନିଲ ବିଶି, ଲାଲୁ ନିଆଲ ଓ ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.