ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟର, ମହିଳା ମାଓବାଦୀ ନିହତ

ଓଡ଼ିଆ ବାର୍ତ୍ତା/ ଆଙ୍କେର୍: ଛତିଶଗଡ଼ର କାଙ୍କେର୍‌ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ପୋଲିସ ସୂଚନା ଦେଇଛି। ତେବେ ଉକ୍ତ ମହିଳା ମାଓବାଦୀଙ୍କୁ ଚିହ୍ନଟ କରାଯାଇ ନାହିଁ। କିନ୍ତୁ ମହିଳା ଜଣଙ୍କ ମାଓବାଦୀ ୟୁନିଫର୍ମରେ ଥିଲେ ଏବଂ ତାଙ୍କ ନିକଟରୁ ଏ.୩୦୩ ରାଇଫଲ ସହିତ ସଶସ୍ତ୍ର ଉଦ୍ଧାର କଲା ସୁରକ୍ଷା ବାହିନୀ। ଏନେଇ ବସ୍ତର ରେଞ୍ଜ୍ ପୋଲିସ ଇନ୍‌ସ୍‌ପେକ୍ଟର୍‌ ସୁନ୍ଦରରାଜ ପି. କହିଛନ୍ତି, ସୁରକ୍ଷା କର୍ମୀ ମାଓବାଦୀ ନିରୋଧୀ ଅଭିଯାନରେ ବାହାରିଥିବା ବେଳେ ଛୋଟେବେଥିୟା ଥାନା ଅନ୍ତର୍ଗତ ବିନାଗୁଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଆଜି ସକାଳ ପ୍ରାୟ ୭ଟା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଡିଷ୍ଟ୍ରିକ୍ଟ୍‌ ରିଜର୍ଭ ଗାର୍ଡ (ଡିଆର୍‌ଜି) ଏବଂ ବର୍ଡର୍‌ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌)ର ୧୩୨ ବାଟାଲିୟାନ୍‌ର ଯବାନମାନେ ମିଳିତ ଭାବେ ଏକ ଅଭିଯାନ ଆରମ୍ଭ କରିଥିଲେ। ସୋମବାର ସକାଳେ ଏହି ଅଭିଯାନରେ ଉଭୟ ଟିମ ସାମିଲ ହୋଇଥିଲେ। ସକାଳ ପ୍ରାୟ ୭ଟା ବେଳେ ମାଓବାଦୀ ଏବଂ ସରକ୍ଷା କର୍ମୀଙ୍କ ମଧ୍ୟରେ ପରସ୍ପର ଗୁଳିବିନିମୟ ହୋଇଥିଲା। ଗୁଳି ବିନିମୟ ବନ୍ଦ ହେବା ପରେ ୟୁନିଫର୍ମ ପିନ୍ଧିଥିବା ଜଣେ ଅଜ୍ଞାତ ମହିଳା ମାଓବାଦୀଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରେ ତଦନ୍ତ ଅଭିଯାନ ଚାଲିଛି ବୋଲି ଇନ୍‌ସ୍‌ପେକ୍ଟର୍‌ ସୁନ୍ଦରରାଜ ପି. କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.