ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁଙ୍କୁ ଗିରଫ କଲା ଭିଜିଲାନ୍ସ

ଓଡ଼ିଆ ବାର୍ତ୍ତା/ କଟକ: ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଟକ ସଦର ବ୍ଲକ୍ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ I ସେ ତାଙ୍କ ଆୟ ଠାରୁ ୧୮୩% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଆୟାବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି କଟକ ଭିଜିଲାନ୍ସର ତିନୋଟି ଟିମ୍ ଏକକାଳୀନ ଶ୍ରୀ ଭୂୟାଁଙ୍କର ତିନୋଟି ସ୍ଥାନରେ ଚଢଉ କରି ତାଙ୍କ ନାମରେ ଥିବା କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରିଥିଲା । ସୂଚନାଯୋଗ୍ୟ, ସୋମବାର ଦିନ ଚଢଉ ବେଳେ ଭୁବନେଶ୍ବର ସୌଭାଗ୍ୟନଗରରେ ୩୫୭୨ ବର୍ଗଫୁଟ୍‌ର ଦୁଇ ମହଲା କୋଠା, ଭୁବନେଶ୍ବର କଟକ‌ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ୭ଟି ମୂଲ୍ୟବାନ ପ୍ଲଟ୍‌, ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଅଳଙ୍କାର, କ୍ରିପ୍ଟୋ କରେନସିରେ ବି‌ନିଯୋଗ, ୧୩ଲକ୍ଷ ୪୦ ହଜାର ଟଙ୍କା ଡଷ୍ଟର କାର ଓ ଦୁଇ ଚିକିଆ ଗାଡ଼ି, ଘର ଭିତରୁ ୧୧ ଲକ୍ଷ ୭୩ ହଜାର ଟଙ୍କାର ନଗଦ ଟଙ୍କା, ବମିଖାଲ ଭୁବନେଶ୍ବରରେ ସଂପର୍କୀୟଙ୍କ ନାମରେ ଥିବା ପ୍ଲଟ୍‌, ପୁଅ ଝିଅଙ୍କ ପଢା ବାବଦରେ ୧ କୋଟି ଟଙ୍କା ଖର୍ଚ୍ଚ ସଂପର୍କିତ ତଥ୍ୟ ହସ୍ତଗତ ହୋଇଛି। ଖାଲି ସେତିକି ନୁହେଁ. ସେ ସଉକ ପାଇଁ ହୀରା ହାର ଓ ସୁନା ବିସ୍କୁଟ କିଣୁଥିଲେ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି। ଭିଜିଲାନ୍‌ସ ପକ୍ଷରୁ ଆଜି ଶ୍ରୀ ଭୂୟାଁଙ୍କ ଭୁବନେଶ୍ବର, ସୌଭାଗ୍ୟନଗର ଘର, କଟକ ଜିଲ୍ଲା ନରସିଂହପୁରର ପୈତୃକ ଘର, ଚକେଇସିଆଣି ଭୁବନେଶ୍ବରରେ ଥିବା ସଂପର୍କୀୟଙ୍କ ଘର, ସଦର ବ୍ଲକ୍ ଅଫିସରେ ଚଢଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ଆକଳନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.