ସୁବର୍ଣ୍ଣପୁର ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମାରୱାଡି ଯୁବାମଞ୍ଚ ଶାଖା ପକ୍ଷରୁ ଆଜି ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିର କୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଏସପି ଶ୍ରୀ ଅମରେଶ ପଣ୍ଡା ଓ ଏଡିଏମଓ ମେଡିକାଲ ଡ଼. ଦୁର୍ଗା ଦତ୍ତ ଦାଶ ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ ମାରୱାଡି ସମାଜ ର ସଭାପତି ଗୋପାଳ ଭୂତ, ମାରୱାଡି ଯୁବା ମଞ୍ଚ ସଭାପତି ଅମିତ ଅଗ୍ରୱାଲ ମଞ୍ଚlସିନ ଥିଲେ l ଏହି ଅବସରରେ ସୁବର୍ଣ୍ଣପୁର ଜ଼ିଲ୍ଲା ରେ ଯୁବ ଓ ମହିଳା ରକ୍ତ ଦାତା, ଆୟୋଜକ ଙ୍କ ଉତ୍ସାହ ଉଦ୍ଧିପନା ଓ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ କୁ ଖୁବ ପ୍ରଶଂସା କରି ମହିଳା ରକ୍ତ ଦାତା ଙ୍କ ମଧ୍ୟରେ ଆହୁରି ଆଗ୍ରହ ସୃଷ୍ଟି ପାଇଁ ଏକ ସ୍ୱତନ୍ତ୍ର ମହିଳା ୟୁନିଟ ଗଢିବାକୁ ଜ଼ିଲ୍ଲାପାଳ ଶ୍ରୀ ରାୟ ମତ ରଖିଥିଲେ ଏବଂ ଜ଼ିଲ୍ଲା ରେ ରକ୍ତ ବର୍ଗ ଚି଼ହ୍ନଟ ପାଇଁ ଏକ ସ୍ୱତନ୍ତ୍ର ସଂଗଠନ ଗଢିବାକୁ ପରାମର୍ଶ କରିଥିଲେ l ଏବଂ ମୃତ୍ୟୁ ପରେ ସମ୍ପୂର୍ଣ ଅଙ୍ଗ ଦାନ ଘୋଷଣା କରିଥିବା ଯୁବ ଦମ୍ପତି ଆଦିକନ୍ଦ ଦେହୁରୀ, ଲତିକା ଦେହୁରୀ ଙ୍କୁ ସମ୍ବର୍ଦ୍ଧିତ କରି ଜ଼ିଲ୍ଲାପାଳ ଭାବ ବିହ୍ଵଳ ହୋଇ ଏମାନେ ହିଁ ଆଗାମୀ ପିଢ଼ି ପାଇଁ ପ୍ରେରଣା ବୋଲି ଶ୍ରୀ ରାୟ ମତ ରଖିଥିଲେ l ଅଯଥାରେ ଦୁର୍ଘଟଣା ରେ ରାସ୍ତା ରେ ରକ୍ତ ନ ଯାଉ ଜୀବନ ନ ଯାଉ, ଆମେ ସୁରକ୍ଷିତ ଗାଡି ଚଳାଇ ନିଜ ରକ୍ତ କୁ ଜୀବନ କୁ ବଞ୍ଚାଇ ରୋଗୀ କୁ ରକ୍ତ ଦେବl ଜୀବନ ବଞ୍ଚାଇବାକୁ ଆଜି ଦିନ ରେ ସଂକଳ୍ପ ନେବା ବୋଲି ଏସପି ଶ୍ରୀ ପଣ୍ଡା କହିଥିଲେ ଏବଂ ସୋନପୁର ରେ ପର୍ଯ୍ୟlପ୍ତ ପରିମାଣ ରେକର୍ଡ ୟୁନିଟ ରକ୍ତ ସଂଗ୍ରହ ଜାରି ରଖିବା ରେ ଆପଣ ମାନଙ୍କ ୟୁନିଟି ରୁ ସମ୍ଭବ ହୋଇଛି ବୋଲି ମତ ରଖି ଜ଼ିଲ୍ଲା ର ଗୌରବ ମଧ୍ୟ ବଢିଛି ବୋଲି ଶ୍ରୀ ପଣ୍ଡା କହିଥିଲେ l ସୋନପୁର ରେ ରକ୍ତ ଦାତା ଙ୍କ ଉତ୍ସାହ ପାଇଁ ଆମେ ସମସ୍ତେ ଗର୍ବିତ ଓ ଏଥିରେ ସାରା ରାଜ୍ୟ ଦେଶ ପ୍ରେରିତ ହେଉ ବୋଲି ଏଡିଏମଓ ତଥା ବିବିଓ ଡ଼.ଦାଶ କହିଥିଲେ l ନନ୍ଦ କିଶୋର କମାଣି ସଭା ସଂଯୋଜନା କରିଥିବା ବେଳେ ଯୁବା ମଞ୍ଚ ର ସମ୍ପାଦକ ଅଙ୍କିତ ଅଗ୍ରୱାଲ, ଉପ ସଭାପତି ରଜତ ଅଗ୍ରୱାଲ, ସହ ସମ୍ପାଦକ ଅଭିଷେକ ଅଗ୍ରୱାଲ ସମେତ ମାରୱାଡି ସମାଜ ଓ ଯୁବା ମଞ୍ଚ ର ସମସ୍ତ କର୍ମକର୍ତ୍ତା ସହ ଯୋଗ କରିଥିଲେ l ସ୍ୱଚ୍ଛ ଭାରତ ସଂଗଠନ, ରକ୍ତ ଦାତା ସଂଘ, ଓ ବୁଢା ରଜା ସଂଗଠନ ର ସମସ୍ତ କର୍ମକର୍ତ୍ତା ସଭା ରେ ଯୋଗ ଦେଇ ରକ୍ତ ଦାତା ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l ପ୍ରକାଶ ଥାଉ ଯେ ଗତ ୧୧ ରୁ ୧୮ ତାରିଖ ଯାଏ ଯୁବାମଞ୍ଚ ପକ୍ଷ ରୁ ଜାତୀୟ ସ୍ତର ରେ ଏ ଶିବିର ଆୟୋଜନ ହୋଇଛି ଏବଂ ୧ ଲକ୍ଷ ୧୧ ହଜାର ୧୧ ୟୁନିଟ ରକ୍ତ ସଂଗ୍ରହ ଏହାର ଲକ୍ଷ ବୋଲି ସୂଚନା ମିଳିଛି l ବାଲାଙ୍ଗୀର ଓ ସୋନପୁର ବ୍ଳ୍ଲଡ଼ ବ୍ୟାଙ୍କର କର୍ମକର୍ତ୍ତା ରକ୍ତ ସଂଗ୍ରହ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.