ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଆହୁରି ୪ରୁ ୫ ଦିନ ଯାଏ କଲବଲ କରିବ ତାତି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଆଗକୁ ଆହୁରି ୪ ରୁ ୫ ଦିନ ଧରି ରାଜ୍ୟରେ ଏହିପରି ପାଗ ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସେ କହିଛନ୍ତି ବର୍ତ୍ତମାନ ରାଜ୍ୟକୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ତାପମାତ୍ରା ଦୃଷ୍ଟାନ୍ତମୂଳକ ବୃଦ୍ଧି ସମ୍ଭାବନା ରହିଛି। ଏହା ବ୍ୟତୀତ ଗ୍ରୀଷ୍ମପ୍ରବାହ ରାଜ୍ୟରେ ୪ରୁ ୫ ଦିନ ପାଇଁ ରହିବ। ସେ ଆହୁରି କହିଛନ୍ତି ଯେ, ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୧୩ ଜିଲ୍ଲା ପାଇଁ ଆରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଓ ସୋନପୁରକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକୋପରୁ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରଛି । ସେହିପରି ରାତିରେ ସ୍ୱାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିବ ପାରଦ। ଆଜି ସିଭିୟର ହିଟୱେଭ୍‌ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡ଼ା ଓ ସୁନ୍ଦରଗଡରେ ସ୍ୱାଭାବିକଠାରୁ ଅଧିକ ରହିବ ପାରଦ। ସେପଟେ ଆସନ୍ତା ୧୮ ରୁ ୨୧ ତାରିଖ ଭିତରେ ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ମୌସୁମୀ ଆଗମନ ପାଇଁ ଅନୁକୂଳ ବାତାବରଣ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.