ନର୍ଲାରେ ବିଜେପି ସଂଯୁକ୍ତ ମୋର୍ଚ୍ଚା କାର୍ଯ୍ୟକ୍ରମରେ ଓଡିଶା ପ୍ରଭାରୀ ଡି.ପୁରୁନ୍ଦେଶ୍ବରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପାଖେଇ ଆସୁଛି ସାଧାରଣ ନିର୍ବାଚନ । ବିଜେଡି ଶଙ୍ଖନାଦ କରିସାରିଥିବା ବେଳେ ବିଜେପି ମଧ୍ୟ ମାଡି ଚାଲୁଛି । ୫ଟି ସଚିବ ଭିକେ ପାଣ୍ଡିଆନ ଗତ ମାସରେ କଳହାଣ୍ଡିର ବିଭିନ୍ନ ଅଞ୍ଚଳ କେବଳ କଳାହାଣ୍ଡି କାହିଁକି ରାଜ୍ୟର ଅନେକ ଜିଲ୍ଲା ଗସ୍ତକରି ମିଶନ ଶକ୍ତିର ମା ମାନଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି । ମହିଳା ମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କେତେ ଚିନ୍ତିତ, କେତେ ଯତ୍ନବାନ ବୋଲି ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ ଓ ମିଶନ ଶକ୍ତି ଯୋଜନା ବର୍ଣ୍ଣନା କରି ଲୋକଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ସନ୍ଦେଶ ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାକୁ ଟକ୍କର ଦେଇ ବିଜେପି ତରଫରୁ ମଧ୍ୟ ସାରା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଗୁରୁବାର ଅପରାହ୍ନ ୪.୩୦ ସମୟରେ ନର୍ଲା ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ଓ ବିଜେପି ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି, ସଂଖ୍ୟା ଲଘୁ ମୋର୍ଚ୍ଚାର ସଭାପତି ଓ ସଦସ୍ୟା ସଦସ୍ୟଙ୍କୁ ନେଇ ଜିତୁ ଚାନ୍ଦ ମାର୍କେଟ କମ୍ପ୍ଲକ୍ସର ସଭାଗୃହରେ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଂଯୁକ୍ତ ମୋର୍ଚ୍ଚାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ପ୍ରଭାରୀ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ  ଏନଟି ରାମାରାଓଙ୍କ ସୁପୁତ୍ରୀ ଡି.ପୁରନ୍ଦେଶ୍ୱରୀ ଯୋଗଦାନ କରି ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀ ଜୀ ଅବ୍ୱଲ ନମ୍ବର ୱାନ ବୋଲି କହିଥିଲେ । ପ୍ରଥମେ ଭାରତ ମାତାଙ୍କ ଫଟୋଚିତ୍ରରେ ଅତିଥି ବୃନ୍ଦ ଦୀପ ପ୍ରଜ୍ୱଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅନ୍ୟ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭବେନ୍ଦ୍ର ପଣ୍ଡା, ଅର୍ତ୍ତତ୍ରାଣ ମହାପାତ୍ର, ଅନିରୁଦ୍ଧ ପଧାନ, ଜିଲ୍ଲା ଉପସଭାପତି ପ୍ରଶାନ୍ତ ସାହୁ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ ପ୍ରମୁଖ ମଞ୍ଚାସୀନ ରହିଥିଲେ । ସାଂସଦଙ୍କ ସମେତ ମଞ୍ଚାସୀନ ଅତିଥି ବୃନ୍ଦ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଜନହିତକର କାର୍ଯ୍ୟକ୍ରମ ଗୁଡିକ ବର୍ଣ୍ଣନା କରିଥିବା ବେଳେ ମୁଖ୍ୟ ଅତିଥି ଡି.ପୁରନ୍ଦେଶ୍ୱରୀ କରୋନା କାଳରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦି ଜୀଙ୍କ ତତ୍ପରତା ଏବଂ ଜୀବନ ରକ୍ଷାକାରୀ ଭେକସିନ ମାଗଣାରେ ଲୋକଙ୍କୁ ପ୍ରଦାନ, ଗରୀବଙ୍କ ପାଇଁ ଉଜ୍ୱଳା ଯୋଜନା, ଜନଧନ ଯୋଜନା ଭଳି ଅନେକ ଜନହିତକର ଯୋଜନା ଗୁଡିକ ବିଷୟରେ ଉଲ୍ଲେଖ କରିବା ସହିତ ପ୍ରଧାନ ମନ୍ତ୍ରୀ ମୋଦୀ ଅବ୍ୱଲ ନମ୍ବର ୱାନ । ଏଣୁ ଏଥରକ ରାଜ୍ୟରେ ଡବଲ ଇଞ୍ଜିନ ସରକାର ନିଶ୍ଚୟ ଗଢିବା । ଏଥିପାଇଁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପ୍ରଚେଷ୍ଟା ନିତାନ୍ତ ଜରୁରୀ ବୋଲି କହିବା ସହିତ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

ନର୍ଲା ନିର୍ବାଚନ ମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ପଦ୍ମଲୋଚନ ମିଶ୍ର, ମନ୍ମୟ ଚାନ୍ଦ, ବିଷ୍ଣୁଚରଣ ବଡପଣ୍ଡା, ସରୋଜ ବୁଦ୍ଧିଆ, ଶ୍ରୀକାନ୍ତ ହୋତା, ପର୍ଶୁରାମ ପଣ୍ଡା, ସଞ୍ଜୟ ଜୈନ, ଦଶରଥ ସାହୁ, ହେମ ପୁଝାରୀ, ସରୋଜ ବେହେରା, ପ୍ରତାପ ରଣା, ସରୋଜ ସେଠ, ପଦ୍ମଲୋଚନ ଜାଲ, ଖୁସିରାମ ସାହୁ, ଜୟନ୍ତୀ ସାହୁ, ରାଜୀବ ଲୋଚନ ପୋଢ, ପୁଷ୍ପଲତା ସାହୁ, ଜଗନ୍ନାଥ ଗଉଡ, ଧନୁର୍ଯ୍ୟ ସେନାପତି, ଲକ୍ଷ୍ମଣ ଦୀପ, ଦଶରଥ ସାହୁ, ମୃଗରାଜ ନାଏକ, ଭଣ୍ଡେଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଉପସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.