ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ଗ୍ରାମର ପ୍ରାୟ ୧୦ ଜଣ ମହିଳା, ପୁରୁଷ ଓ ଶିଶୁ ଗୁରୁବାର ସକାଳେ ବାନ୍ତିରେ ଆକ୍ରାନ୍ତ ହୋଇ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାଥମିକ ଚିକିତ୍ସା ପରେ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରି ଥିବାବେଳେ ଅନ୍ୟ ୪ଜଣ କିଶୋର ଚନ୍ଦ୍ର ମଙ୍ଗରାଜ (୩୦), କ୍ଳେରେନ ମଙ୍ଗରାଜ(୫), ସତ୍ୟବତୀ ବାଗ(୫୦) ଓ ମାଙ୍ଗନୀ ବେୱା (୮୦) ଡାକ୍ତର ଖାନାରେ ଚିକିତ୍ସିତ ରହିଥିବା ଜଣାପଡିଛି।
ତେବେ ଚକୁଳି ପିଠା ଓ ଆମ୍ବ ଖାଇବା ପରେ ଫୁଡ଼ ପଏଜନ ହୋଇ ବାନ୍ତି ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ଅଭିଷେକ ବେହେରା କହିଛନ୍ତି। ଅନ୍ୟପଟେ ଆକ୍ରାନ୍ତ ମାନେ ଗୋଟିଏ ପରିବାରର ହୋଇ ନଥିବାବେଳେ ଆମ୍ବ ଓ ପିଠା ଖାଇ ସେମାନେ ବାନ୍ତି ହେଇଥିବେ, ଆମେ କିନ୍ତୁ ଆମ୍ବ ଓ ଚକୁଲି ପିଠା ଖାଇ ନାହୁଁ, କୌଣସି କାରଣରୁ ଏଭଲି ହୋଇଛି ବୋଲି ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିବା ଜଣେ ଆକ୍ରାନ୍ତ ମହିଳା କହିଛନ୍ତି।