ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଚଳିତ ବର୍ଷ ଗ୍ରୀଷ୍ମର ପ୍ରକୋପ ରଥଯାତ୍ରା ପରେବି ଜାରି ରହିଅଛି ଏପରିକି ଆଷାଢ଼ ମାସରେବି ସକାଳୁଆ କ୍ଲାସ ଚାଲିଛି l ଫଳରେ ଚାଷ କାମ ପଛେଇ ଯିବାସହ କଂକ୍ରିଟ ରାସ୍ତା, ଛାତ ଘର,ଆଜବେଷ୍ଟର ଘର ସହ ବାରମ୍ବାର ବିଦ୍ୟୁତ କାଟ ଗ୍ରାମ୍ୟ ଜୀବନକୁ ଅସ୍ତ ବ୍ୟସ୍ତ କରି ପକାଇଛି l ଏହି ପରିପ୍ରେକ୍ଷୀରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଂଚାୟତ ଡ଼ଙ୍ଗରମୁଣ୍ଡା ର ଯୁବ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ “ଭିଲେଜ ଇନ ସମର”(Village in summer) ଶୀର୍ଷିକ ବାଲୁକା କଳା ନିର୍ମାଣ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l






