ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୁସୁର୍ଲା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ):  କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁସୁର୍ଲା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର  ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମଟି କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କୁସୁର୍ଲାର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।ଯୋଗ, ପ୍ରାଣାୟାମ ଓ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଆମ ବ୍ୟକ୍ତି ଗତ ଜୀବନ ସୁଖ, ଶାନ୍ତି ଓ ସୁସ୍ଥ ସବଳ ଓ ନିରୋଗ ରହିବାରେ ଈଶ୍ୱରଙ୍କ ବରଦାନ ହୋଇଥାଏ। ଯୋଗ ଆସନ ପ୍ରାଣାୟାମ ପ୍ରତିଦିନ ଅଭ୍ୟାସ କରିବା ଦ୍ୱାର ରୋଗପ୍ରତିରୋଧକ ଶକ୍ତି ବଢିବା ସହ ଅନେକ ଗୁଡିଏ ରୋଗରୁ ମୁକ୍ତି ମିଳିଥାଏ ବୋଲି ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ଲିବାଙ୍ଗ ବନଛୋର ଲୋକ ମାନଙ୍କୁ ବୁଝାଇ କହିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କୁସୁର୍ଲା ଉପ ପ୍ରଥମିକ ସ୍ୱାସ୍ଥ କେନ୍ଦ୍ର ମୁଖ୍ୟ  ଶ୍ରାବଣୀ ସାହୁ, ସାପଲହରା ଉପ ସ୍ୱାସ୍ଥ କେନ୍ଦ୍ର ମୁଖ୍ୟ ପ୍ରମୋଦ ସାହୁ, ସମ୍ମାନିତ ଅତିଥି ସମାଜସେବୀ ଧନେଶ୍ୱର ସାହୁ, ମାନସ ରଞ୍ଜନ ମିଶ୍ର, ଆଶାକର୍ମୀ ସଂଯୁକ୍ତା ଭୋଇ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ପ୍ରଧାନ, ସହ ପ୍ରଧାନ ଆଚାର୍ଯ୍ୟ ଚୂଡ଼ାମଣୀ ସାହୁ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦ ଉପସ୍ଥିତ ଥିବା ବେଳେ କଳାରୁଦ୍ର ଯୁବକ ସଂଘ ସଭ୍ୟ ହରପ୍ରସାଦ ସାହୁ, ନୀଳକଣ୍ଠେଶ୍ଵର ସାହୁ, ଠାକୁର ସାହୁ,ବିକାଶ ସାହୁ ରହି ସହଯୋଗ କରିଥିଲେ। ଶେଷରେ ସ୍ୱେଚ୍ଛାସେବୀ ସନତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.