ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜତୀୟ ଯୋଗ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଯୋଗ ଦ୍ଵାରା ମଣିଷ କେବଳ ଶାରୀରିକ ଭାବେ ନୁହେଁ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିପାରେ ବୋଲି ବିଶେଷଜ୍ଞଙ୍କ ମତ। ଯୋଗର ଉପକାରିତା ଏବଂ ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଏହି ପରିପରେକ୍ଷୀରେ ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଅନ୍ତର୍ଜତୀୟ ଯୋଗ ଦିବସ ପାଳିତ ହୋଯାଇଛି। ଏହି କାର୍ଯ୍ୟକ୍ରମରେ ପତାଞ୍ଜଳି ଯୋଗ ସଂସ୍ଥାର ଅନୁଦେଷ୍ଟା କିଶୋର ଚନ୍ଦ୍ର ଦୋରା ଯୋଗୋଦେଇ ଯୋଗର ଉପକାରିତା ସମ୍ପରରେ ଆଲୋକପାତ କରିବା ସହ ବିଭିନ୍ନ ଯୋଗାସନ ଅଭ୍ୟାସ ପୂର୍ବକ ଉପସ୍ଥିତ ଛତ୍ରଛାତ୍ରୀଙ୍କ ପାଇଁ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେହିପରି ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର ଓ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଦିନ ଯୋଗ କରି ନିଜ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଚ୍ଛାହିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.