ସୁବର୍ଣ୍ଣପୁରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଯୋଗ ଓ ପ୍ରାଣାୟାମ ଶାରୀରିକ ଓ ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ -ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ନୂତନ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ପରିଷଦ ଓ ମିଳିତ ସହଯୋଗ ରେ ଆୟୋଜିତ ଜ଼ିଲ୍ଲା ପ୍ରଶାସନର ଏହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଯୋଗ ଓ ପ୍ରାଣାୟାମ ଜୀବନକୁ ଶୃଙ୍ଖଳିତ କରିବା ସହ ଶାରୀରିକ ଓ ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି କହିବା ସହ ନିଜକୁ ସୁସ୍ଥ ରଖିବାକୁ ପ୍ରତ୍ୟହ ଯୋଗାସନ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି l ଶିବିର ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକାରୀ, ଅମରେଶ ପଣ୍ଡା,ସି ଡି ଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ମନୁଷ୍ୟ ଜୀବନରେ ଯୋଗାଭ୍ୟାସ ଓ ପ୍ରାଣାୟାମର ଗୁରୁତ୍ୱ ଉପରେ ଆଲୋକପାତ କରି ସାମ୍ପ୍ରତିକ ସ୍ଥିତିରେ ଏକ ଶୃଙ୍ଖଳିତ, ବ୍ୟବସ୍ଥିତ ତଥା ଅନୁଶାସିତ ଜୀବନ ବଂଚିବାରେ ଯୋଗ ଓ ପ୍ରାଣାୟାମ ର ଆବଶ୍ୟକତାକୁ ହୃଦୟଙ୍ଗମ ସହିତ ଆମେ ସମସ୍ତେ ନିୟମିତ ଭାବେ ନିର୍ଦ୍ଧିଷ୍ଟ କିଛି ସମୟ ଯୋଗ ଓ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଛନ୍ତି l ଅନୁଷ୍ଠିତ ଏହି ଯୋଗ ଶିବିରରେ ପତଞ୍ଜଳି ଯୋଗ ସମିତି ସୁବର୍ଣ୍ଣପୁର ଶାଖା, ଶ୍ରୀ ଗୋପାଳଜୀ ତଡିତ ମନ୍ତ୍ର ଶ୍ୱାସ ଯୋଗାଳୟ, ମାରୱାଡି ଯୁବାମଞ୍ଚ, ସ୍ୱଚ୍ଛ ଭାରତ, ଜିଲ୍ଲା ରକ୍ତ ଦାତା ସଂଘ, ବରିଷ୍ଠ ନାଗରିକ ସଂଘ, ପ୍ରଜାପିତା ବ୍ରହ୍ମlକୁମାରୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ,ବୁଦ୍ଧିଜୀବୀ, ସରକାରୀ କର୍ମଚାରୀ, ଯୋଗ ସଂଗଠନ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦାନ କରି ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡାଙ୍କ ଯୋଗମୁଦ୍ରାର ତାଳେ ତାଳେ ସଭିଏଁ ଯୋଗାସନ ଓ ପ୍ରାଣାୟାମ ପ୍ରଦର୍ଶନ କରିଥିଲେ । ତେବେ ଦିନକୁ ଦିନ ଯୋଗର ପରିସର ଓ ଗୁରୁତ୍ୱ ବ୍ୟାପକ ହେଉଥିବା ବେଳେ, ଏ ବର୍ଷ “ସମସ୍ତଙ୍କ ଘର ଅଗଣାରେ ଯୋଗ” ର ବାର୍ତ୍ତା ପରିପ୍ରେକ୍ଷୀରେ ସହରର ବିଭିନ୍ନ ଅନୁଷ୍ଠାନ ସହ ଜିଲ୍ଲା ଫୌଜଦାରୀ ଓ ଦେୱାନୀ ଅଦାଲତ ସମେତ ବିଭିନ୍ନ ବିଦ୍ୟାଳୟ ରେ, ସମସ୍ତ ବ୍ଲକ ସ୍ତରରେ ଓ ପଞ୍ଚାୟତ ସ୍ତରରେ ବିଶ୍ୱ ଯୋଗ ଦିବସକୁ ବେଶ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଇଛି l ଶ୍ରୀମତୀ ଶୈବାଲିନୀ ପଟ୍ଟନାୟକ ଏପିଡି ଟ୍ରେନିଂ, ଜିଲ୍ଲାପରିଷଦଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଅନୁଷ୍ଠିତ ଯୋଗ ଶିବିରର ବିଭିନ୍ନ କାର୍ଯ୍ୟକ୍ରମକୁ ପରମାନନ୍ଦ ନାୟକ ପ୍ରଧାନ ଶିକ୍ଷକ କୋଶଲ ଉଚ୍ଚ ବିଦ୍ୟାଳୟ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ସାମ୍ବାଦିକ ସଞ୍ଜୟ ସାହୁ ପରିଚାଳନା କରିଥିବା ବେଳେ ଶ୍ରୀ ପ୍ରଦୀପ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.