ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଗିରଫ ଗିରଫ କରିଛି ଭିଜିଲାନ୍ସ I ଗତକାଲି ପ୍ରଶାନ୍ତ ରାଉତଙ୍କ ଘରୁ ନଗଦ ୩ କୋଟିରୁ ଅଧିକ ଟଙ୍କା ସହିତ ୫ କୋଟିରୁ ଉର୍ଦ୍ଧ୍ବ ତାଙ୍କର ସମ୍ପତି ଜବତ ହୋଇଥିବା ଭିଜିଲାନ୍ସ ସେଲ୍ ଏସ୍ପି ଏମ୍. ରାଧାକ୍ରିଷ୍ଣନ କହିଛନ୍ତି I ସୂଚନାନୁସାରେ ଗତକାଲି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ତାଙ୍କର ଆୟଠାରୁ ଅଧିକ ୫୦୦% ଅଧିକ ସଂପତ୍ତି ଠାବ ହୋଇଛି I ଏଥି ମଧ୍ୟରେ ତାଙ୍କର ୫ଟି ପ୍ଲଟ, ୨ଟି ଦାମୀ କାର୍ମ,ସୁନା ଗହଣା ସହିତ ଏକାଧିକ ବେନାମୀ ଆକାଉଣ୍ଟ ମଧ୍ୟ ଠାବ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର କାନନବିହାର ଘରେ ଚଢ଼ାଉ ସମୟରେ ଘରୁ ୨ କୋଟି ୨୫ ଲକ୍ଷ ଟଙ୍କା ମିଳିଥିବାବେଳେ ପଡ଼ୋଶୀ ଘର ଛାତ ଉପରୁ ୬ ପେଟି ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଏହା ସହିତ କାନନବିହାର ସ୍ଥିତ ଦୁଇ ମହଲା କୋଠା, ନବରଙ୍ଗପୁରରେ ଥିବା ଘର, କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା। ଭଦ୍ରକ ବହୁଦରଡାରେ ଥିବା ପୈତୃକ ଘରେ, ସରକାରୀ ବାସଭବନ ସମେତ ମୋଟ ୯ଟି ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଚଢାଉରେ ୨ ଆଡିସନାଲ ଏସପି, ୭ ଡିଏସପି, ୮ ଇନ୍ସପେକ୍ଟର ସାମିଲ ଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ପୂର୍ବରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ। ବିଶ୍ରା ବ୍ଲକରେ ବିଡିଓ ଥିବା ବେଳେ ଲାଞ୍ଚ ନେଇ ଧରା ପଡିଥିଲେ।