ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର: ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ପୁଣି ଥରେ କନ୍ଧମାଳ ଜିଲାରେ ଲାଗିଛି ମାଓ ପୋଷ୍ଟର। ବାଲିଗୁଡା ଥାନା ସୁଡ୍ରା ନିକଟ କାମ୍ବରିକିଆ ଛକଠାରେ କେକେବିଏନ ଡିଭିଜିନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ରବିବାର କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ଜିଲାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ନେଇ ମାଓବାଦୀ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ତେବେ ଅଞ୍ଚଳରେ ମାଓବାଦୀଙ୍କ ଏଭଳି ପୋଷ୍ଟର ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.