ରହସ୍ୟମୟ ଦ୍ୱାରିକା ନଗରୀ, ରହିଛି ଏମିତି ରହସ୍ୟ ଯାହା ଆଜିବି ହୋଇନାହିଁ ପ୍ରମାଣିତ

ଆମ ପ୍ରାଚୀନ କଥା ଏବଂ ପୁରାଣରୁ ଆମେ ଅନେକ କାହାଣୀ ଶୁଣିଛୁ ଯାହାକି ଖୁବ ରହସ୍ୟମୟ ଅଟେ । ସେସବୁର କିଛି ଅଦ୍ଭୁତ କାରଣ ବି ରହିଥାଏ । ଆପଣ ମାନେ ଜାଣନ୍ତି କି, ଦୁନିଆର ସବୁଠାରୁ ପୁରୁଣା ସହର ଦ୍ୱାରିକା, ଯାହାକୁ ଭଗବାନ ଶ୍ରୀକୃଷ୍ଣ ତିଆରି କରିଥିଲେ । ଇତିହାସ କୁହେ ଦ୍ୱାରିକା ନଗରୀ ୯ ହଜାର ବର୍ଷ ପୁରୁଣା ସହର । ଯାହାର ଅବଶେଷ ଆଜିବି ନିଳ ସମୁଦ୍ରର ଗଭିରରେ ଦେଖିବାକୁ ମିଳେ । ହେଲେ ସେହି ସମୟରେ ଏମିତି କଣ ହେଲା ଯେ ପୁରା ଦ୍ୱାରିକା ଜଳମଗ୍ନ ହୋଇଗଲା? ଭଗବାନ ଶ୍ରୀକୃଷ୍ଣ କାହିଁକି ମଥୁରା ଛାଡ଼ିଥିଲେ? ତେବେ ଆସନ୍ତୁ ଜାଣିବା ଏହି ନଗରୀରେ ଲୁଚି ରହିଥିବା ଅନେକ ରହସ୍ୟ ସମ୍ବନ୍ଧରେ…

Omkar Vasthu
Omkar Vasthu

ଆପଣ ମାନେ ସମୁଦ୍ର ମନ୍ଥନର କାହାଣୀ ଶୁଣିଥିବେ । ସମୁଦ୍ର ମନ୍ଥନ ସମୟରେ ଦେବତା ଏବଂ ଦାନବ ଉଭୟ ଏକ ପର୍ବତ ସାହାଯ୍ୟରେ ସମୁଦ୍ର ମନ୍ଥନ କରିଥିଲେ । ତେବେ ଗତ କିଛି ବର୍ଷ ତଳେ ଦ୍ୱାରକା ନଗରୀ ଯାହାର ପୁରାତନ ନାମ କୁଶସ୍ଥଳୀ ତାହାର କିଛି ଦୂରରେ ଏକ ପର୍ବତ ଦେଖା ଯାଇଛି ଯାହାର ନାମ ମଦ୍ରାଞ୍ଚଳ ପର୍ବତ । ପୌରାଣିକ କଥା ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଯେଉଁ ପର୍ବତ ଜରିଆରେ ସମୁଦ୍ର ମନ୍ଥନ ହୋଇଥିଲା ଏହା ସେହି ପର୍ବତ ଭଳି ପ୍ରତୀତ ହେବାରୁ ତାହା ବିଷୟରେ ରିସର୍ଚ୍ଚ କରାଯାଇଥିଲା । ପରେ ଯେତେବେଳେ ଏହା ଜଣା ପଡ଼ିଲା ଯେ ଦ୍ୱାରକା ନିକଟରେ ହିଁ ସମୁଦ୍ର ମନ୍ଥନ ହୋଇଥିଲା ସେଥିରୁ ଏହା ନିଶ୍ଚିତ ହେଲା ଯେ ମଦ୍ରାଞ୍ଚଳ ପର୍ବତ ହିଁ ସେହି ପର୍ବତ ଯାହାକି ଏକ ପ୍ରକାରର ସ୍ୱତନ୍ତ୍ର ଗ୍ରାନାଇଟରେ ତିଆରି । ସେଥିରେ ଏକ ନାଗ ସାପ ସ୍ୱରୂପ ଚିହ୍ନ ବି ରହିଛି । ତେଣୁ ସେଥିରୁ ଏହା ଜଣା ପଡ଼ିଲା ଯେ ଦ୍ଵାରିକା ନିକଟରେ ହିଁ ସମୁଦ୍ର ମନ୍ଥନ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆସେନୋଗ୍ରାଫି ଅନୁଯାୟୀ ସେହି ଦ୍ୱାରକା ନଗରୀର ଏକ ଅଂଶ ଏବେ ବି ସମୁଦ୍ର ଭିତରେ ରହିଛି । ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ମଥୁରାରୁ ବାହାରି ଦ୍ୱାରକାରେ ପହଞ୍ଚିଲେ ସେଠାରେ କିଛିବି ନଥିଲା । ପରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ଏକ ନୂଆ ନଗରୀର ନିର୍ମାଣ ହେଲା । ତେବେ ବର୍ତ୍ତମାନ ଏହି ପ୍ରଶ୍ନ ଉଠୁଛି ଯେ ଦ୍ୱାରକା ନଷ୍ଟ ହେବା ପଛରେ କାରଣ କଣ ?

Udyog Nursery
Udyogi Nursery

ଦ୍ୱାରକା ନଗରୀର ଅବଶେଷ ସର୍ବ ପ୍ରଥମେ ବାୟୁସେନାରେ କାର୍ଯ୍ୟରତ ଲୋକେ ଦେଖିଥିଲେ । ପରେ ରିସର୍ଚ୍ଚ ପରେ ତାହାର କାରଣ ଜଣା ପଡ଼ିଥିଲା । ଦ୍ୱାରକାକୁ କାଳ୍ପନିକ ନଗର କୁହାଯାଉଥିଲା । କିନ୍ତୁ ଏହାକୁ ସତ କରି ଦେଖାଇ ଥିଲେ ଆର୍କିଓଲୋଜିଷ୍ଟ ପ୍ରଫେସର ଏସ ଆର ରାଓ । ସେ ତାଙ୍କ ଟିମ ସହିତ ରିସର୍ଚ୍ଚ ପରେ ଦ୍ୱାରକାର ଅବଶେଷ ଏବଂ ଅନ୍ୟାନ୍ୟ ପୁରାତନ ଜିନିଷ ମିଳିଥିଲା । ସେଠାରେ ସିନ୍ଧୁ ସଭ୍ୟତା ମଧ୍ୟ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.