ଓଡିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ରାଜ୍ୟ ସରକାରଙ୍କ ୫-ଟିଯୋଜନାରେ ଆଜି ପୁରୁଷୋତ୍ତମପୁର ବ୍ଲକର ୭ଗୋଟି ସ୍କୁଲ ଯଥା; ପୁରୁଷୋତ୍ତମପୁର ଏନଏସିର ବସୁ ପ୍ରହରାଜ ସଂସ୍କୃତ ବିଦ୍ୟାଳୟ, ଷୋଳଘରର ଗଣେଶ ବିଦ୍ୟାପୀଠ, ରାଇପୁରର ତାରା ତାରିଣୀ ଅପଗ୍ରେଡ଼ ହାଇସ୍କୁଲ, ସମା ର ରଘୁନାଥ ହାଇସ୍କୁଲ, ବଡ଼ ବରଙ୍ଗାର ଚକ୍ର ପାଣି ଦୋରା ହାଇସ୍କୁଲ, ଅରଖପୁରର ଧୋବା ସାହୁ ହାଇସ୍କୁଲ ଓ ସୁନାଥରର ବାପୁଜୀ ହାଇସ୍କୁଲ ରୂପାନ୍ତିକରଣ ହୋଇଥିବା ଜଣାପଡିଛି । ଦୀର୍ଘ ଦିନ ହେଲା ପୁରୁଷୋତ୍ତମପୁର ବ୍ଲକ ର ବହୁ ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟ ନିର୍ମାଣ ଓ ମରାମତି ଅଭାବରୁ ବିଦ୍ୟାର୍ଥୀ ମାନେ ପାଠ ପଢା ସାଙ୍ଗକୁ ଡିଜିଟାଲ ଶିକ୍ଷାରୁ ବଞ୍ଚିତ ହୋଇ ଆସୁଥିଲେ | ଏହି ୪ର୍ଥ ପର୍ଯ୍ୟାୟ କ୍ରମରେ ପ୍ରଥମ ପର୍ଯ୍ୟୟରେ ୭ଗୋଟି ଗୋଟି ଦ୍ବିତୀୟ ଦ୍ବିତୀୟ ପର୍ଯ୍ୟାୟରେ ୧୧ ଗୋଟି ଓ ତୃତୀୟ ପର୍ଯାୟରେ ୭ ଗୋଟି ବିଦ୍ୟାଳୟ ୫-ଟି ମାଧ୍ଯମରେ ରୂପାନ୍ତରୀକରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧକ୍ଷ ଭିକେ ପାଣ୍ଡିଆନଙ୍କ ମିଳିତ ସହଯୋଗ ରେ ଆଭାସୀ ମାଧ୍ୟମରେ ରେ ଉଦଘାଟନ କରିଥିଲେ | ଅଧୂକାଂଶ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଓ ବିଷୟ ଭିଭିକ ଶିକ୍ଷକ ଅଭାବ ମୁଖ୍ୟ ସମସ୍ୟା ଭାବେ ରହିଛି ଫଳରେ ଗୁଣାତ୍ମକ ଶିକ୍ଷା ବିଦ୍ୟାର୍ଥୀଙ୍କୁ ମିଳୁନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି | ବିଶେଷ କରି ବସୁ ପ୍ରହରାଜ ଉଚ୍ଚ ବିଦ୍ୟଳୟ ରେ ୨ଜଣ ଶିକ୍ଷକ ଙ୍କ ଦ୍ୱାରା ଚାଲୁଛି ପାଠପଢ଼ା ଯାହାଫକରେ ଶିକ୍ଷା ପ୍ରଦାନ ରେ ଛାତ୍ର ଛାତ୍ରୀଙ୍କ ଘୋର ଅସୁବିଧା ହେଉଛି, ଏହା କେଵେକ ଗୋଟିଏ ସ୍କୁଲ ର ନୁହଁ ପୁରୁଷୋତ୍ତମପୁର ବ୍ଲକର ସବୁ ସରକାରୀ ବେସରକାରୀ ସ୍କୁଲ ର ସମସ୍ୟା ଅଟେ | ତେଣୁ ରୂପାନ୍ତି କରଣ ସହିତ ସ୍କୁଲ ଗୁଡିକରେ ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତି କଲେ ଛାତ୍ର, ଛାତ୍ରୀ ମାନେ ଉପକୃତ ହୋଇ ପାରିବେ | ତେବେ ଏହି କାର୍ଯ୍ୟକ୍ରମ ରେ ସବୁ ସ୍କୁଲର ପରିଚାଳନା ସଭାପତି, କମିଟି ସଦସ୍ୟ, ସଦସ୍ୟା, ପ୍ରଧାନ ଶିକ୍ଷକ ସମସ୍ତ ସହଯୋଗୀ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ଛାତ୍ର, ଛାତ୍ରୀ ଅଭିଭାବକ ମାନେ ଉପସ୍ଥିତ ଥିଲେ | ତେବେ ବସୁ ପ୍ରହରାଜ ସଂସ୍କୃତ ଉଚ୍ଚ ବିଦ୍ୟଳୟ ର ସଭାପତି ବାସୁଦେବ ମହାପାତ୍ର, ହିନ୍ଦୀ ପ୍ରଚାର ସଭାର ଅଧକ୍ଷ ପ୍ରଫୁଲ କୁମାର ରଥ, ପୂର୍ବତନ ପ୍ରଧାନ ଶିକ୍ଷକ ଏ ରାଜ ଗୋପାଳ ରାଓ, ଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ଥିଲେ |