ବିବାହିତା ମହିଳାଙ୍କ ମୃତ୍ୟୁ; ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଡହଗାଁ ପଞ୍ଚାୟତ ନୂଆଗୁଡ଼ା ଜାମପଡା ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହେବାପରେ ସଂପୃକ୍ତ ମହିଳାଙ୍କ ବାପ ଘର  ଲୋକେ ହତ୍ୟା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମୃତ ମହିଳା ଜଣକ ଜାମପଡା ଗ୍ରାମର ଚୌବନ ବାଗଙ୍କ ସ୍ତ୍ରୀ ବନିତା। ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ବନିତାଙ୍କ ମୃତ୍ୟୁ ହେବାପରେ ଜ୍ବାଇଁ ଚୌବନ ଗୋତମୁଣ୍ଡା କରାଡଙ୍ଗରୀ ଶ୍ବଶୁର ଘର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ଝିଅର ବାପା ନିରଞ୍ଜନ ଜାଲ ଓ ପରିବାର ଲୋକେ ସେଠାକୁ ପହଞ୍ଚିଥିଲେ। ଝିଅର ମୃତ୍ୟୁ ଦେହ ଦେଖାଇ ନଥିବାରୁ ଜ୍ବାଇଁ ଉପରେ ହତ୍ୟା ସନ୍ଦେହ କରି କୋକସରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଚୌବନ ଓ ବନିତାଙ୍କ ପ୍ରେମ ବିବାହ ହୋଇଥିବାବେଳେ ବନିତା ଚୌବନଙ୍କ ଦ୍ବିତୀୟ ସ୍ତ୍ରୀ। ପରିବାର ପକ୍ଷରୁ ସୂଚନା ମିଳିଛି ଯେ ବନିତା କ୍ୟାନ୍ସର ରୋଗରେ ପୀଡ଼ିତ ଥିବାବେଳେ ଦୀର୍ଘ ଦିନରୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଚାଲିଥିଲା, ଶ୍ବଶୁର ଘର ଲୋକଙ୍କୁ ମଧ୍ୟ ଏ ବିଷୟରେ କହିବାରୁ ତାଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ଦେଇଥିଲେ। ତାଙ୍କ ଝିଅର ମୃତ୍ୟୁ ପରେ ମିଥ୍ୟା ଆରୋପ ଲାଗାଉ ଥିବା ମୃତ ବନିତାଙ୍କ ସ୍ବାମୀ ଚୌବନ କହିଛନ୍ତି। ଏନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି, ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଓ ବ୍ୟବଛେଦ ରିପୋର୍ଟ ଆସିବାପରେ ପ୍ରକୃତ କାରଣ ଜଣାପଡ଼ିବା ବୋଲି କୋକସରା ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.