ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତପ୍ରତିଶତ ଫଳାଫଳ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷାବର୍ଷ ୨୦୨୩-୨୪ ମାଟ୍ରିକ ପରୀକ୍ଷାରେ ୧୪୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯ ରୁ A2 ରେ ୫ଜଣ ଯଥାକ୍ରମେ ରଶ୍ମିରଞ୍ଜନ ରଣା ୮୪.୫୦%, ତୁଳେନ୍ଦ୍ରୀ ବାରିକ ୮୧.୮୮%, ପୁଷ୍ପେନ୍ଦ୍ର ବାଣୁଆ ୮୧% ମାର୍କ ରଖି ପ୍ରଥମ, ଦ୍ବିତୀୟ, ତୃତୀୟ ହେଇଛନ୍ତି ଏବଂ ନବୀନ କୁମାର ରଣା ୮୦.୫୦%, ସୀମା ନାଏକ ୮୦% ମାର୍କ ରଖି ଚତୁର୍ଥ ଓ ପଞ୍ଚମ ହେଇଛନ୍ତି। B1 ରେ ୪୧ଜଣ, B2 ରେ ୪୪ଜଣ, C ରେ ୪୦ଜଣ, D ରେ ୯ଜଣ ଓ E ରେ ୪ଜଣ ଉତ୍ତୀର୍ଣ୍ଣ ହେଇ ଶତପ୍ରତିଶତ ଫଳାଫଳ ପାଇଁ ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ ସମସ୍ତ ସହଯୋଗୀ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ପରିଚାଳନା ସମିତି ତରଫରୁ ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.