ସିଏଚଏସଇ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ : ପ୍ରଗତି କଲେଜର ଈଶାନେଶ୍ୱର ନେଗୀ କଳାହାଣ୍ଡି ଟପ୍ପର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଈଶାନେଶ୍ୱର ନେଗୀ ୫୪୬ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିଭଳି ବୈଶମ୍ପା ମେହେର ୫୪୩ ନମ୍ବର, ସୁଜିତ କୁମାର ସାହୁ ୫୪୦ ନମ୍ୱର ସହ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି କୃତକାର୍ଯ୍ୟ ହେବା ସହିତ ଜିଲ୍ଲା ପାଇଁ ଗୌରବ ଆଣିବାରେ ସକ୍ଷମ ହୋଇପାରିଛନ୍ତି। ଈଶାନେଶ୍ୱର ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ କାଶିବାହାଲର ଭବାନୀ ଶଙ୍କର ନେଗୀ ଓ ମହେଶ୍ୱତା ନେଗୀଙ୍କର ସୁପୁତ୍ର।

Udyog Nursery
Udyogi Nursery

ସେହିଭଳି ବୈଶମ୍ପା ହେଉଛନ୍ତି ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ କପିଆ ଗ୍ରାମର ହରବରିଆ ମେହେର ଓ ପାଞ୍ଚାଳୀ ମେହେରଙ୍କ ସୁପୁତ୍ର। ସୁଜିତ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ମୁଣ୍ଡାପଲା ଗ୍ରାମର ରଂଜୁ ସାହୁ ଓ ସୁଷମା ସାହୁଙ୍କ ସୁପୁତ୍ର। ଅଭିଭାବକ ଓ ଅଭିଭାବିକାମାନେ ଛାତ୍ରଛାତ୍ରୀମାନଙ୍କର ଉକ୍ତ ଆଶାତୀତ ଫଳାଫଳରେ ବେଶ ଉତ୍ସାହିତ ହେବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣେଇବା ସହ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ଜଣେଇଛନ୍ତି।

ସେହିଭଳି ଭାବରେ ଚଳିତ ବର୍ଷ ୫୦୦ ରୁ ଉର୍ଦ୍ଧ୍ବ ନମ୍ବର ରଖି ୨୭ ଜଣ ଛାତ୍ରଛାତ୍ରୀ, ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ୪୯ ଜଣ ଛାତ୍ରଛାତ୍ରୀ ଏବଂ ୨୬୩ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହେବା ସହିତ ପ୍ରଗତି କଲେଜର  ପରୀକ୍ଷା ଫଳାଫଳ ଶତ ପ୍ରତିଶତ ରହିଛି। ଚଳିତ ବର୍ଷର ଏହି ଆଶାତୀତ ଫଳାଫଳରେ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମନରେ ବେଶ ଉତ୍ସାହ ସୃଷ୍ଟି ହେବା ସହିତ  ଅଭିଭାବକମାନେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପ୍ରସଂଶା କରିଛନ୍ତି। ଉକ୍ତ ଫଳାଫଳକୁ ନେଇ କଲେଜର ଚେୟାରପରସନ ସୁଶ୍ରୀ ସଂଗୀତା ପଣ୍ଡା ଓ ସମ୍ପାଦକ ଅଜୟ କୁମାର ପଣ୍ଡା ମଧ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.