ଭାର୍ଗବୀ ମାଝୀ
ଚଷାର ଘରେ ଜନମ ହେଇ
ହେଇଛେ ମୁଈଁ ଚାଷୀ
ଇ କଥାକେ ମନ ଦେଇକରି
ଶୁଣ ଭାରତ ବାସୀ।
ନେଇବାଧେ ମୋତେ ଶୀତ-ଖରା
ନେଇ ବାଧେ ବର୍ଷାର ମାଡ଼
ଇ ସମିୟା ନେ ଫସଲ କରିକରି
ଟାଣ ହେଲାନ ମୋର ପଂଜରା ହାଡ।
କେତେ କେତେ ଶାଗ-ଡାଳ
କେତେ ମଡ଼ି଼ଆ, କୋଦୋ
ମର ଡ଼ୋଳିନେ ଚାଷ କରିକରି
ବିତିଗଲା ଶରାବନ ଭୋଦୋ।
ବାସି ସଙ୍ଗେ ନୁନ୍-ମିର୍ଚା
ବଡ଼ି ସଙ୍ଗେ ଆମୂଳ
ଖେଇଖେଇ କରି ପେଟ ଭରସି
ସୁଝବି ମାଟିର ମୂଳ।
ଆଜ-କାଏଲ୍ ତୋ ସରକାର କେତେ
କରିଛନ୍ ତାମ୍-ଝାମ୍
ମୋର ଦୁଃଖକେ କେନ୍ ବୁଝବା
ହରାଲିନା ମୋର ମାନ।
ଡୋଳିନେ ଝୀଂଟଲି ଓସୋପତର
ଫସଲ୍ ହେଲା ଖୋବ୍
ପଛେ ମୁଡ଼େ ହାତ ଦେଲି
ଯେବେ ହେଲା ମୋର ମାଏଟ୍ ଧୋବ୍।
ଫେରବି ମୁଇଁ ଚାଷୀ ଗୋଟେ
ଚାଷୀର୍ ମାନ ରଖବି
ଇ ମାଟିନେ ଖଟିଖଟି
ସବକର୍ ପେଟ ଭରବି।।