ପେରୁମଂଜି ଛକରେ ମାଓ ପୋଷ୍ଟର : ପୁଣି ଉପସ୍ଥିତି ଜାହିର କଲେ ଲାଲବାହିନୀ

ଥୁଆମୁଲ ରାମପୁର,୧୯/୫ : କଳାହାଣ୍ଡି ଜିଲ୍ଲା  କର୍ଲାପାଟ ଅଭୟାରଣ୍ୟ ଅଞ୍ଚଳର ଥୁଆମୁଲ ରାମପୁର – ଭବାନିପାଟଣା ମୂଖ୍ୟ ରାସ୍ତାର ପେରୁମଂଜି ଛକରେ ଆଜି ଦେଖିବାକୁ ମିଳିଛି ମାଓ ପୋଷ୍ଟର । ପୋଷ୍ଟରରେ ସରକାରଙ୍କୁ ବିରୋଧ କରି କିଛି ଲେଖାଯାଇଥିବା ଦେଖାଦେଇଛି । ପୋଷ୍ଟର ତଳେ ସିପିଆଇ(ମାଓବାଦି) ବାଘୁନା ଡିଭିଜନାଲ କମିଟି ର ନାମ ଉଲ୍ଲେଖ ଅଛି । ଏଥିରେ ଉଲ୍ଲେଖ ରହିଛି ଯେ, ସାମୁହିକ ବାତ୍ୟା ଫନି ଓଡିଶା ଜନତାଙ୍କ ପାଇଁ ମହାବିପତ୍ତି । ଏହା ପ୍ରାକୃତିକ ବିପର୍ଯ୍ୟୟ ନୁହଁ । ଏହା କୁତ୍ରିମ ପୁଞ୍ଜିପତି ବା ଶୋଷକ କୃତ । ଏ ପାଇଁ ଦାୟୀ ଲୁଟେରା ପୁଞିଜିପତି ଓ ଦଲାଲ ସରକାରର ଅନ୍ଧ ଶିୟଳ୍ପାୟନ ଓ ବିକାଶ ନିତି । 

ଅଗକୁ ଆହୁରୀ ଲେଖାଯାଇଛିଯେ, ବିକାଶ ନାମରେ କରାଯାଉଥିବା ପ୍ରାକୃତିକ ସମ୍ପତ୍ତିର ଲୁଟ, ଜଙ୍ଗଲ ଧ୍ବଂସ, ନଦୀବନ୍ଧ ନିର୍ମାଣ, ଜାତୀୟ ସୁରକ୍ଷା ନାମରେ ଯୁଦ୍ଧାସ୍ତ୍ର ପରିକ୍ଷଣ, ସହରୀ କରଣ ଯୋଗୁଁ ପରିବେଶ ଧ୍ବଂସ ହେଉଛି ଯାହା ଫଳରେ ବାରଂବାର ବିପର୍ଯ୍ୟୟ କ୍ଷତି ସହିବାକୁ ପଡୁଛି । 

ପୋଷ୍ଟରରେ ଫନି ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୁରଣ, ଭଙ୍ଗା ଘର ପାଇଁ ଅଢେଇ ଲକ୍ଷ ଟଙ୍କା, ପିଡିତ ଓ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ସହାୟତା ଯୋଗାଇଦେବାପାଇଁ ସରକାରଙ୍କ ପାଖରେ ଦାବି କରାଯାଇଛି । ଏହା ସହ ରାଜ୍ୟ ସରକାରଙ୍କୁ ଲୁଟେରା, ପୁଞ୍ଜିପତି ଓ ଦଲାଲ ବୋଲି ଆଖ୍ୟାୟିତ କରିବା ସହ ଏହି  ସରକାରର ବିନାଶ ନିତିକୁ ବିରୋଧ କରିବା ସହ ସଶସ୍ତ୍ର ପ୍ରତିରୋଧ କରିବା ସହ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆହ୍ବାନ ଦେଇଛି ବାଘୁନା ଡିଭିଜନ କମିଟି ।

 

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.