ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ସ୍ଥିତ ଶିଶୁ ମନ୍ଦିର ଠାରେ ନୂତନ ଶ୍ରେଣୀ ଗୃହ ଉଦଘାଟନ ହୋଇଯାଇଛି। ଲାଞ୍ଜିଗଡ଼ ବିଧାୟକଙ୍କ ନିର୍ଦ୍ଦେଶରେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ ଯୋଗଦେଇ ନୂତନ ଶ୍ରେଣୀଗୃହ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବ ପରେ ଶିଶୁ ମନ୍ଦିର ଠାରେ ବିଭିନ୍ନ ସମସ୍ୟା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଶିଶୁ ମନ୍ଦିର ପରିଚାଳନା କମିଟି ସମ୍ପାଦକ ମନୋରଞ୍ଜନ ବିଶି,ଯୁଗ୍ମ ସମ୍ପାଦକ ବନ ଦଳେଇ,ବରିଷ୍ଠ ନାଗରିକ ତଥା ଶିଶୁ ମନ୍ଦିର ପୂର୍ବତନ ସଂପାଦକ ରଘୁବୀର ନାଗ,ଯୁବ ସମାଜସେବୀ ବିରଞ୍ଚି ପ୍ରଧାନୀ, କୋଷାଧ୍ୟକ୍ଷ ଅନନ୍ତ ପ୍ରସାଦ ପଣ୍ଡା, ପରିଚାଳନା କମିଟି ସଦସ୍ୟା ସ୍ବର୍ଣ୍ଣ ଲତା ବେହେରା,କୁମୁଦୀନୀ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପ୍ରସାଦ ବେହେରା କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ,ଗୁରୁମା ସମେତ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।





