ପାଇକପଡା-ବେହେରାଗୁଡା ରାସ୍ତା ଅବସ୍ଥା ଶୋଚନୀୟ : ପ୍ରଶାସନର ଦୃଷ୍ଟି ପଡୁ

କଳାହାଣ୍ଡି,୨୦/୫ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ  ଧନରପୁର ପଂଚାୟତ ର ପାଇକପଡା ରୁ ବେହେରାଗୁଡା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଏହି ରାସ୍ତା ହସ୍ତାନ୍ତର କରିବାକୁ ଦାବି ହେଉଛି।

ପାଇକପଡା ଠାରୁ ବେହେରାଗୁଡା ରାସ୍ତା ୨ କି ମି ଅବସ୍ଥା କହିଲେ ନସରେ ଏତେ ମାତ୍ରାରେ ଖାଲ ଖମା ହୋଇଛି ଯେ କୃତ୍ରିମ ହ୍ରଦର ସନ୍ଦେହ ସୃଷ୍ଟି ହେଉଛି। ବର୍ଷା ଦିନେ ଗାଡି ଚଳେଇଯିବା ବିପଦ ଜନକ।

ଏହି ରାସ୍ତା କୁ ମରାମତି ନ କଲେ ବର୍ଷା ଦିନେ ଦୁର୍ଘଟଣା କୁ ଏଡ଼ାଇ ଦେଇ ହେବନି। ଏହି ରାସ୍ତାରେ ଗୋଟିଏ ବେସରକାରୀ ବସ ସାଇ ଆଶୀର୍ବାଦ ଚଳା ଚଳ କରୁଛି।

ଯେ କୌଣସି କାର୍ଯ୍ୟ ପାଇଁ ଡାକ୍ତରଖାନା, ବ୍ୟାଙ୍କ, ବ୍ଲକ କାମ, ସମସ୍ତ ସରକାରୀ କାର୍ଯ୍ୟ ପାଇଁ ଏହି ଗୋଟିଏ ରାସ୍ତା ସମସ୍ତଙ୍କ ଭରଷା। ଏହି ରାସ୍ତାର ସମସ୍ୟା ସମାଧାନ ପାଇଁ ତୁରନ୍ତ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କୁ ଏହି ରାସ୍ତା ହସ୍ତାନ୍ତର କରିବାକୁ ସାଧାରଣରେ ଦାବି ହେଉଛି।

ସ୍ୱତନ୍ତ୍ର ପ୍ରତିନିଧି ଲୋଚନ ପୋଡ଼ଙ୍କ ରିପୋର୍ଟ odiabarta.in

 

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.