ଅନୁକମ୍ପା ମୂଳକ ଚାକିରୀ ଦାବିରେ ୩୦ ତାରିଖରେ ଗୋଳାବାରୁଦ କାରଖାନାରେ ଧାରଣା ଦେବେ ଆଶାୟୀ 

ଗୋଳାବାରୁଦ କାରଖାନା,ବଡମାଳରେ ଅନୁକମ୍ପା ମୂଳକ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ଅଭିଯୋଗ

Omkar Vasthu
Omkar Vasthu

ସଇଁତଲା,୨୦/୫ : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଗୋଳାବାରୁଦ କାରଖାନା,ବଡମାଳରେ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ପ୍ରତିରକ୍ଷା ସଂସ୍ଥାରେ ବହୁ ବିସ୍ଥାପିତ ପରିବାର କାର୍ଯ୍ଯରତ। ଏହି ବିସ୍ଥାପିତ ପରିବାରର ମୁଖିଆଙ୍କ ମୃତ୍ୟୁ ପରେ ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡେ । ଚାକିରି କରୁଥିବା ଅବସ୍ଥାରେ ଯଦି କର୍ମଚାରୀଙ୍କ ମୃତ୍ୟୁ ହୁଏ ତାହା ହେଲେ ପରିବାରର ଜଣକୁ ସରକାରଙ୍କ ତରଫରୁ ଅନୁକମ୍ପାମୂଳକ ନିଯୁକ୍ତି କାରଖାନାରେ ମିଳିଥାଏ ।କିନ୍ତୁ ଏ ପ୍ରକାର ନିଯୁକ୍ତିରେ ଏଠାରେ ବ୍ଯତିକ୍ରମ ଦେଖିବାକୁ ମିଳିଛି । ଯେଉଁ ପରିବାରର ଲବି ଗୋଳାବାରୁଦ କାରଖାନାର ପ୍ରଶାସନ ଓ ୟୁନିଅନ ସହିତ ଯେତେ ଯୋରଦାର ତାହାକୁ ନିଯୁକ୍ତିରେ ଅଗ୍ରାଧିକାର ଦିଆଯାଇଥାଏ। ବିଗତ କମ ଦିନ ମଧ୍ୟରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ ପ୍ରଶାସନ ତଥା ୟୁନିଅନ ଅସାଧୁ ଉପାୟରେ ନିଯୁକ୍ତି ଦେବା ପାଇଁ ଚେଷ୍ଟା କରୁଅଛି। ଏହାର ପ୍ରତିବାଦରେ ଦୀର୍ଘଦିନରୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଅଟକି ରହିଥିବା ଆଶାୟୀ ପ୍ରାର୍ଥୀ ମାନେ ସେମାନଙ୍କର ଦାବି ପୂରଣ ନହେଲେ ଆଗାମୀ ୩୦ ତାରିଖ ଦିନ ଏଡମିନ ଗେଟ ସମ୍ମୁଖରେ ସପରିବାର ସହିତ ଆମରଣ ଅନଶନ କରିବେ ବୋଲି ସୂଚନା ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna
ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

 

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

Udyog Nursery
Udyogi Nursery

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.