ଭୁବନେଶ୍ୱର,୨୦/୫: ମଙ୍ଗଳବାର ସକାଳ ୯ଟାରେ ପ୍ରକାଶ ପାଇବ ଏବର୍ଷର ମେଟ୍ରିକ୍ ପରୀକ୍ଷାଫଳ। ଏଥିସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ମେଟ୍ରିକ୍ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ। ଦିନ ୧୧ଟା ସମୟରେ ଏହା ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଓ www.bseodisha.nic.in ରେ ପ୍ରକାଶ ପାଇବ। ଯେଉଁଠି ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ନଥିବ ସେଠାରେ ପରୀକ୍ଷାର୍ଥୀମାନେ ଏସଏମଏସ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ। ଏଥିପାଇଁ ସେମାନଙ୍କୁ ମୋବାଇଲରେ OR10-ରୋଲନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ପଠାଇବାକୁ ହେବ। ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି।