କଳାହାଣ୍ଡି/କୋକସରା,୨୨/୫ : କୋକସରା ବ୍ଳକ ଅନ୍ତର୍ଗତ ଚିଲିଗୁଡା ଶ୍ରୀକୃଷ୍ଣ କମ୍ୟୁନିଟି ଗୃହ ନିର୍ମାଣ ପାଇଁ ୧୦ ଡେସିମିଲ ଜମିଦାନ କରିଛନ୍ତି ପାର୍ଥ ଗୋପାଳ । ଶ୍ରୀଯୁକ୍ତ ଗୋପାଳଙ୍କ ଏପରିଏକ ମହତ କାର୍ଯ୍ୟଧାରାକୁ ଯାଦବ ସମାଜ ପକ୍ଷରୁ କୃତଜ୍ଞତା ଜଣାଇବାସହ ତାଙ୍କୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଧାନ ସଭା ପ୍ରାର୍ଥୀ ମହୋସଧୀ ବାଗ ଉପସ୍ଥିତ ରହି ସମ୍ବର୍ଧିତ କରିଥିଲେ।
ପରେ ପରେ ଏକ ଯାଦବ ସଭା ଅନୁଷ୍ଠିତ ହୋଇଥିଲା। ଏହିସଭାରେ ଧର୍ମଗଡ ବ୍ଲକ ଯାଦବ ସମିତି ସଭାପତି ଶ୍ରୀ ଶଙ୍କର ପ୍ରାସାଦ ଜୁଏଡ଼, ଯୁବ ଯାଦବ ଉପ ସଭାପତି ଲୋଚନ ପୋଡ଼, କୋକସରା ବ୍ଲକ ଯାଦବ ସମିତି ସଭାପତି ବିନୋଦ ବିହାରୀ ରାଉତ, ସମ୍ପାଦକ ଅଲେଖ ଗୋପାଳ, ବ୍ଲକ ର ସକ୍ରିୟ ଯାଦବ ବିଦ୍ୟାଧର ଗହୀର, କୋକସରା ବ୍ଲକ ଯୁବ ଯାଦବ ସଭାପତି ତଥା ସାମ୍ବାଦିକ ଶରତ ରାଉତ, କୁସୁମଖୁଣ୍ଟି ଆଞ୍ଚଳିକ ସଭାପତି ସୁଦର୍ଶନ ବେହେରା, କୋକସରା ଆଞ୍ଚଳିକ ସଭାପତି ଦେବରାଜ ବେମାଲ, ବ୍ଲକ ଯାଦବ ସମିତିର ମଣିଜର ପୋଡ଼ ପ୍ରମୂଖ ଉପସ୍ଥିତ ରହିଥିଲେ।
ସ୍ୱତନ୍ତ୍ର ପ୍ରତିନିଧି ଲୋଚନ ପୋଡ଼ଙ୍କ ସହ କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇