୬୦ ତମ ବୁଦ୍ଧ ଜୟନ୍ତୀ ଉତ୍ସବ ଓ ସାରସ୍ୱତ ସମାରୋହ ଉଦଯାପିତ

ଖଇରା,୨୨/୫: ପୁରୀ ଜିଲ୍ଲା କାକଟପୁର ବ୍ଲକ ଯମଧର୍ମ (ଚାରିଗାଁ), ବାଲିଦୋକାନ ନିକଟସ୍ଥ ଐତିହାସିକ ବୈଦ୍ଧପୀଠ କୁରୁମ ପରିସରରେ ୬୦ତମ ବୁଦ୍ଧ ଜୟନ୍ତୀ ଉତ୍ସବ ଓ ସାରସ୍ୱତ ସମାରୋହ-୨୦୧୯ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୁରୁମ ବୈଦ୍ଧପୀଠ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବର୍ଷିୟାନ୍ ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ର ସଭାପତିତ୍ୱ କରିଥିଲେ । କବି ପ୍ରଶାନ୍ତ କୁମାର ବାହିନୀପତି ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ବ୍ରଜବନ୍ଧୁ ଦାସ, ଆଇନଜୀବୀ ହରେକୃଷ୍ଣ ସ୍ୱାଇଁ, ସମାଜବାଦୀ ପାର୍ଟି ରାଜ୍ୟ ସଂପାଦକ ସୁଦର୍ଶନ ପ୍ରଧାନ, ପ୍ରାଚୀ କଲେଜ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ସେନାପତି ଓ ବ୍ୟଙ୍ଗକବି ସମ୍ପଦ କୁମାର ରଥ ପ୍ରମୁଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମ ୨ଦିନ ଧରି ଚାଲିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୨ୟ ଦିନଥିଲା କବିତା ପାଠୋତ୍ସବ । ଏଥିରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଆଳଦା ଗ୍ରାମର କବି ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ସ୍ୱରଚିତ କବିତା ‘ହେ ବର୍ଷା ତୁମେ କେବେ ଆସିବ’ ପାଠ କରି ‘ମଧୁର କବି ସମ୍ମାନ’ ପାଇ ନିଜ ଅଂଚଳକୁ ଗୌରବ ଆଣିଦେଇଛନ୍ତି । ସେହିପରି ଜମ୍ଭରା କେନ୍ଦୁଝରର କବି ନାରାୟଣ ସେନାପତିଙ୍କୁ ‘କବି ତପନ’, ଗୋପାଳପୁର, ବାଲେଶ୍ୱର ଅଂଚଳର କବି ମାନସ କୁମାର ପାତ୍ରଙ୍କୁ ‘କବି ମାର୍ତ୍ତଣ୍ଡ ସମ୍ମାନ’, କଟକ ସିଡିଏ ସେକ୍ଟର-୯ ଅଂଚଳର କବୟିତ୍ରୀ ବବିତା ଦାସମହାପାତ୍ରଙ୍କୁ ‘ଗୋଲାପ କବି’, ଲକ୍ଷ୍ମୀସାଗର ଭୁବନେଶ୍ୱର ଅଂଚଳର କବୟିତ୍ରୀ କଲ୍ଲୋଳିନୀ ଭଞ୍ଜଙ୍କୁ ‘କାଦମ୍ବିନୀ ସମ୍ମାନ’, ଚଷାପଡା ଜଗତସିଂହପୁରର କବୟିତ୍ରୀ କଳ୍ପନା ବିଶ୍ୱାଳଙ୍କୁ ‘କୁମୁଦିନୀ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏଥିସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କବିମାନେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ମଂଚ ସଂଯୋଜନା କରିଥିଲେ କୁରୁମ ବୈଦ୍ଧପୀଠ ବିକାଶ ପରିଷଦର ସଂପାଦକ ତଥା ପାଲାଗାୟକ ମଂଗରାଜ ବିଶ୍ୱାଳ । କବିତା ସଂଯୋଜନାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସଂପଦ କୁମାର ରଥ ଏବଂ ତାଙ୍କୁ କବିତା ସଂଯୋଜନାରେ ସହଯୋଗ କରିଥିଲେ କଳ୍ପନା ବିଶ୍ୱାଳ ଓ ବ୍ୟଙ୍ଗକବି ପ୍ରତାପରଶ୍ମି ନାୟକ ।

Udyog Nursery
Udyogi Nursery

ପ୍ରତି ସପ୍ତାହରେ ୫ ଜଣ କବିଙ୍କୁ ନେଇ ଏକ ଅଭିନବ କାର୍ଯ୍ୟକ୍ରମ ଆର୍ ଏଣ୍ଡ୍ ଆର୍ ନ୍ୟୁଜ୍ ଚାନେଲ୍ ତରଫରୁ କରାଯିବ ବୋଲି ନିର୍ଦ୍ଦେଶକ କୈଳାସ ପୂର୍ତ୍ତିଙ୍କ ନିର୍ଦ୍ଦେଶକ୍ରମେ ସଂପଦ କୁମାର ରଥ ସର୍ବ ସମ୍ମୁଖରେ ଘୋଷଣା କରିଥିଲେ । 

ହ୍ଵାଟ୍ସଆପରେ ଲେଟେଷ୍ଟ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.