ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର : ଦିନକ ପରେ ୭କିମି ସାଇକଲରେ ଆଣି ଭର୍ତ୍ତି କଲେ ମେଡିକାଲରେ

ସାଧାରଣ ଜନତାଙ୍କଠାରୁ ଦୂରେଇ ଯାଇଛି ସରକାରୀ ସ୍ୱାସ୍ଥ୍ୟ ସେବା 

ଲାଞ୍ଜିଗଡ଼,୨୩/୫ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ ବିରସିଙ୍ଗେର ଗ୍ରାମର ଚାଚିଙ୍ଗା ମାଝୀ(୭୦) ମହୁମାଛି ଆକ୍ରମଣରେ ଗୁରୁତର ହୋଇ ଲାଞ୍ଜିଗଡ଼ ବେଦାନ୍ତ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଅଧିନସ୍ଥ ବିରସିଙ୍ଗେର ଗ୍ରାମର ଚାଚିଙ୍ଗା ମାଝୀ ମଙ୍ଗଳବାର ଦିନ ୩ ଘଣ୍ଟା ସମୟରେ ଗାଁ ପାଖରେ ନିଜ ବଳଦ ଚରାଇବା ପାଇଁ ଯାଇଥିବା ବେଳେ ଭୀଷଣ ଖରା ଯୋଗୁଁ ଏକ ଆମ୍ବ ଗଛ ତଳେ ଆଶ୍ରୟ ନେବା ପାଇଁ ଯିବା ସମୟରେ ସେହି ଗ୍ରାମର ଏକ ଯୁବକ ଆମକୁମାର ମାଝୀଙ୍କୁ ମହୁମାଛି ଆକ୍ରମଣ କରି ବାଯୋଗୁଁ ଯୁବକ ଜଣକ ଦଉଡି ପଳାଇ ଯାଇଥିଲେ। ଏହି ସମୟରେ ଚାଚିଙ୍ଗା ମାଝୀ ସେହି ସ୍ଥାନରୁ ଯାଇନ ପାରିବା ଯୋଗୁଁବହୁ ସଂଖ୍ୟକ ମହୁମାଛି ଚାଚିଙ୍ଗାକୁ ଆକ୍ରମଣ କରିଥିଲେ । ପରେ ବହୁ କଷ୍ଟରେ ସେ ଦିନ ୪ ଘଣ୍ଟା ସମୟରେ ଘରେ ପହଂଚି ଥିଲେ ବୋଲି ତାଙ୍କ ପୁଅ କାଶୀ ମାଝୀ କହିଛନ୍ତି। ପୂର୍ବ ଦିନ ଚାଚିଂଙ୍ଗା ପତଳା ଝାଡ଼ାରେ ଆକ୍ରାନ୍ତ ଥିଲେ । ଏହି ମହୁମାଛି ଆକ୍ରମଣ ପରେ ମଧ୍ୟ ୪ଥର ଝାଡା ଓ ୫ ଥର ବାନ୍ତି ସହ କାନ,ନାକ ଓ ପାଟି ପଟେ ରକ୍ତ ଵାହାରିବା ଫଳରେ ତାଙ୍କୁ ଲାଞ୍ଜିଗଡ଼ ଡାକ୍ତରଖାନାକୁ ଆଣିବାକୁ ଚେଷ୍ଟା କରି ଥିଲେ ମଧ୍ୟ ଗାଡିର ଅସୁବିଧା ଯୋଗୁଁ  ଆଣି ପାରି ନ ଥିଲେ। ଶେଷର ଦିନକ ପରେ ଅର୍ଥାତ ବୁଧବାର ସକାଳେ ପୁଅ କାଶୀ ମାଝୀ ଓ ପୁତରା ମନୁ ମାଝୀ ସାଇକଲ ସାହାଯ୍ୟରେ ଆଣି ସକାଳ ୧୦ଟା ସମୟରେ ବେଦାନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ। ଚାଚିଙ୍ଗାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଦିନ ୧୧ଟା ସମୟରେ ରେଫର କରାଯାଇଥିଲା। ଚାଚିଙ୍ଗାକୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା କଥା କିନ୍ତୁ ଅର୍ଥ ଅଭାବ ଯୋଗୁଁ ପୁଅ କାଶୀ କହିଲେ, ପଇସା ହେଲେ ନେବୁ ନଚେତ ଘରକୁ ନେଇଯିବୁ। ପରେ ଦିନ ୧୨ ଘଣ୍ଟା ସମୟରେ ଲାଞ୍ଜିଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତି କଲାପରେ ପ୍ରାୟ ୪ ଘଣ୍ଟା ପରେ ଚାଚିଙ୍ଗାଙ୍କ ସ୍ବ୍ବାସ୍ଥ୍ୟବସ୍ଥାରେ ଟିକେ ସୁଧାର ଆସିଥିଲା ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।

Omkar Vasthu
Omkar Vasthu

ଜାଣନ୍ତୁ, କେମିତି ଅଛି ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତର ସ୍ବାସ୍ଥ୍ୟ ସେବା

ହାତପାଆନ୍ତରେ ଚିକିତ୍ସା ସେବା ପହଞ୍ଚାଇଥିବା ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ପାଣିପରି  ଖର୍ଚ୍ଚ ହେଉଛି, କିନ୍ତୁ ଅନେକ କ୍ଷେତ୍ରରେ ଏହାର ସୁଫଳ ସାଧାରଣ ଜନତାଙ୍କ ପାଖରେ ପହଞ୍ଚିପାରୁନି । ହଇରାଣ ହରକତ ହୋଇ ଆସୁଛନ୍ତି ଚାଚିଙ୍ଗା ମାଝୀଙ୍କ ପରି ଅନେକ ନିରିହ ଆଦିବାସୀ, ଗିରିଜନ । ସୂଚନାଯୋଗ୍ୟ ଯେ ତ୍ରିଲୋଚନପୁର ପଞ୍ଚାୟତରେ ୨୦ରୁ ଉର୍ଧ୍ଵ ଗ୍ରାମ ଥିବାବେଳେ ଏହି ପଞ୍ଚାୟତରେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨ଜଣ ଏଏନଏମ ଓ ଜଣେ ଫାର୍ମାଶିଷ୍ଟ ଅଛନ୍ତି ହେଲେ ଏମାନେ ସପ୍ତାହକୁ ଥରେ ( ତ୍ରିଲୋଚନପୁର ସପ୍ତାହିକ ହାଟ ଗୋଟିଏ ଦିନ ) ଯାଇ ସବ ସେଣ୍ଟରରେ କିଛି ସମୟ ରହି ପଳାଇ ଆସୁଛନ୍ତି ଵୋଲି ପଞ୍ଚାୟତବାସୀ କହୁଛନ୍ତି। ହେଲେ ମାସ ମାସ ଧରି ଆଖ ପାଖ ଗାଁକୁ କେବେ ଯାଉ ନ ଥିବା ଅଭିଯୋଗ ହେଉଛି। ଏହି ବିରଶିଙ୍ଗେର ଗାଁକୁ କେବେମଧ୍ୟ ଆସୀ ନାହାନ୍ତି କି ଆମେ ତାଙ୍କୁ ଦେଖିନୁ ବୋଲି ଗ୍ରାମବାସୀ କହିଛନ୍ତି। ସୂଚନା ଯୋଗ୍ୟ ଗତ ବର୍ଷ ଏହି ସରକାରୀ କର୍ମଚାରୀଙ୍କ ଡିଉଟିରେ ଅବହେଳା ଯୋଗୁଁ ବହୁ ଗର୍ଭବତୀ ମହିଳାଙ୍କ ଅସୁବିଧା ହୋଇଥିଲା ଶେଷରେ ତ୍ରିଲୋଚନପୁରବାସୀ ସେଣ୍ଟରରେ ତାଲା ପକାଇ ଦେଇଥିଲେ । ବ୍ଲକ ସ୍ୱାସ୍ଥ୍ୟ ବିଭାଗର ବୁଝାବଣା ପରେ ନିୟମିତ ଭାବେ ଡିଉଟି କରିବା ପାଇଁ କହିବା ଯୋଗୁଁ ତାଲା ଖୋଲି ଥିଲେ। ହେଲେ ୧ ମାସ ପରେ ପୁଣି ପୂର୍ବ ପରି ଚାଲିଛି ବୋଲି ପଞ୍ଚାୟତବାସୀଙ୍କ ଅଭିଯୋଗ ରହିଛି। ଏଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ତ୍ରିଲୋଚନପୁର ଅଞ୍ଚଳବାସୀ ଦାବି କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

 

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.