ଆଜି ଭୋଟ ଗଣତିର ଦିନ, ଦେଖନ୍ତୁ କିପରି ରହିଛି ପ୍ରସ୍ତୁତି (Visual News) 

ବଲାଂଗିରରେ ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି

Omkar Vasthu
Omkar Vasthu

ଟିଟିଲାଗଡ ଡିଏଭି କଲେଜ, ପାଟଣାଗଡ ଜବହାରଲାଲ କଲେଜ ଓ ବଲାଂଗିର ଶିଳ୍ପ ତାଲିମ ଅନୁଷ୍ଠାନରେ ହେବ ଗଣତି

Pearl dental clinic
Near Ashish Medical Store, Bhawanipatna

କରାଯାଇଛି ତ୍ରି ସ୍ଥରୀୟ ସୁରକ୍ଷା ବ୍ୟବସ୍ଥା

Udyog Nursery
Udyogi Nursery

ବଲାଂଗିର, ୨୩/୫ :ଗଣତନ୍ତ୍ରର ମହାପର୍ବ ନିର୍ବାଚନର ଭୋଟ ଗଣତି ହେବ । ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିବା ବେଲେ ପ୍ରଶାସନ ମଧ୍ୟ ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ସାରିଛି । ବଲାଗିଂର ଲୋକସଭା ମଣ୍ଡଲିରେ ତିନୋଟି ସ୍ଥାନରେ ଭୋଟ ଗଣତି ହେବ । ଟିଟିଲାଗଡ ଡିଏଭି କଲେଜରେ ଟିଟିଲାଗଡ ଓ କଣ୍ଟାବାଞ୍ଜି ବିଧାନ ସଭା ତଥା ବଲାଗିଂର ଲୋକ ସଭାର ଭୋଟ ଗଣତି ହେବ । ଏହିପରି ପାଟଣାଗଡ ଜବାହାର ଲାଲ କଲେଜରେ ପାଟଣାଗଡର ଭୋଟ ଗଣତି ହେବାକୁ ଥିବା ବେଳେ ବଲାଗିଂର ସରକାରି ଶିଳ୍ପ ତାଲିମ ଅନୁଷ୍ଠାନରେ ବଲାଗିଂର ଓ ଲୋଇସିଂହା ବିଧାନ ସଭା ଓ ବଲାଗିଂର ଲୋକ ସଭା ଭୋଟ ଗଣତି ହେବ ।

( କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ଏଥିପାଇଁ ସବୁଠି ପ୍ରଶାସନ ପକ୍ଷରୁ ୯ଟି ଲେଖାଏଁ ଟେବୁଲର ବ୍ୟବସ୍ଥା ହୋଇଥିବା ବେଳେ ମୋଟ ୫୦୦ ଜଣ ସରକାରୀ କର୍ମଚାରୀ ଏଥିରେ ନିୟୋଜିତ ହେବେ । ସେହିପରି ପ୍ରତ୍ୟେକ ଟେବୁଲରେ ଜଣେ ମାଇକ୍ରୋ ଅବଜରବର, ସୁପର ଭାଇଜର ଓ ଗଣତି ଅବଜରବର ନିୟୋଜିତ ହୋଇ ଭୋଟ ଗଣତିକୁ ତ୍ବରାନିତ୍ବ କରିବେ । ସେହିପରି ଏଥର ପ୍ରଥମ କରି ଭିଭିପେଟ୍ ର ମଧ୍ୟ ଗଣତି ଥିବା ବେଳେ ଏଥି ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏବଂ ଇଭିଏମ ଭୋଟ ଗଣତି ପରେ ଏହି ଭିଭିପେଟ୍ ର ଗଣତି ହେବ ତାହା ମଧ୍ୟ ସମ୍ପୁର୍ଣ୍ଣ ଭାବରେ ବ୍ୟାଙ୍କ ଢାଞ୍ଚାରେ ଗଣତି ହେବାର ଅଛି ।

ଗୋଟିଏ ପଟେ ଗଣତି ପାଇଁ ସବୁ ବ୍ୟବସ୍ଥା ଚୁଡାନ୍ତରେ ପହଞ୍ଚି ସାରିଥିବା ବେଲେ ଗଣତି କେନ୍ଦ୍ରରେ ଅଭୁତ ପୂର୍ବ ସୁରକ୍ଷା ଗ୍ରହଣ କରା ଯାଇଛି । ଯେଉଁଥିରେ ତ୍ରି ସ୍ଥରୀୟ କଡା ସୁରକ୍ଷା ଗ୍ରହଣ କରା ଯାଇଥିବା ବେଲେ ଯେମିତି ସୁରୁଖୁରୁରେ ଭୋଟ ଗଣତି ହେବ ତା ପାଇଁ ସମସ୍ତେ ଚେଷ୍ଠିତ ଥିବାର ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବଲାଂଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.