ରାୟଗଡ ଠାରେ ଭୋଟ ଗଣତିରେ ବିଳମ୍ବ

ରାୟଗଡ,୨୩/୫ : ଆଜି ଚାଲିଛି ଚଳିତ ବର୍ଷର ନିର୍ବାଚନ ଫଳାଫଳ ପାଇଁ ଭୋଟଗଣତି । ତେବେ ରାୟଗଡ ଜିଲ୍ଲାର ଜିସିଡି ହାଇସ୍କୁଲ ଠାରେ ଥିବା କେନ୍ଦ୍ରରେ ସାଢେ ୯ଟା ସୁଦ୍ଧା ଭୋଟଗଣତି ଆରମ୍ଭ ହୋଇ ନ ଥିବା ଜଣାପଡିଛି । କାଉଣ୍ଟିଂ ହଲରେ ଏଜେଣ୍ଟ ମାନଙ୍କ ବସିବା ବ୍ୟବସ୍ଥା ଠିକ୍ ହୋଇ ନ ଥିବାରୁ ସମସ୍ତ ରାଜନୈତିକ ଦଳର ଏଜେଣ୍ଟମାନେ କିଛି ସମୟ ପାଇଁ ହୋହାଲ୍ଲା କରିବା ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରମାେଦ କୁମାର ବେହେରା ଆଲୋଚନା କରିବା ପରେ ଆଉ କିଛି ଜାଗା ବ୍ୟବସ୍ଥା କରାଯିବା ପରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ତେବେ ଗୁଣୁପୁର ଆସନରେ ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ କଂଗ୍ରେସ ପ୍ରାର୍ଥୀ ପୁରୁଷୋତମ ଗମାଙ୍ଗଙ୍କ ଠାରୁ ୪୨୧ ଭୋଟରେ ଆଗରେ ଆଗୁଆ ଥିବା ଜଣାପଡିଛି । ସେହିପରି ବିଷମକଟକ ଆସନରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ୨୭୯‍୧ ଭୋଟ ଆଗରେ ଥିବା ବେଳେ ବିଜେପି ୧୦୮୬,କଂଗ୍ରେସ ୧୦୪୬ ଓ ବିଏସପି ୩୭୭ ରହିଥିଲା ।

Omkar Vasthu
Omkar Vasthu
ରାୟଗଡରୁ ଶିବନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.