ଏମାନେ ମାନବ ସମ୍ବଳ, ବାଣିଜ୍ୟ ଓ ସୁରକ୍ଷା ବିଭାଗରେ କାର୍ଯ୍ୟ ତୁଲାଉଛନ୍ତି
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବର୍ତମାନ ଧାତୁ ଓ ଖଣି କ୍ଷେତ୍ରରେ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ନିଜର କାର୍ଯ୍ୟକ୍ରମ ଓଡ଼ିଶା ଓ ଛତିଶଗଡ଼ରେ ବିଭିନ୍ନ ପ୍ରକାର ଦକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି । ଏହି ବ୍ୟକ୍ତିମାନେ ଦୃଷ୍ଟି ଶକ୍ତି ହରାଇବା ଠାରୁ ଆରମ୍ଭ କରି ସୀମିତ ଗତିଶୀଳତା ମଧ୍ୟରେ ସେମାନଙ୍କ ଦକ୍ଷତାନୁଯାୟୀ କାର୍ଯ୍ୟ ଦାୟିତ୍ବ ପାଇଁ ତାଲିମପ୍ରାପ୍ତ ହୋଇଛନ୍ତି । ଡୋମେନ୍ ବିଶେଷଜ୍ଞଙ୍କ ଦ୍ବାରା ସେମାନଙ୍କର କାର୍ଯ୍ୟ ଦାୟିତ୍ବ ତୁଲାଇବା ପାଇଁ ବିଶେଷ ତାଲିମ ପ୍ରଦାନ କରାଯାଇଛି । ଏହା ଏକ ଉଲ୍ଲେଖନୀୟ ବିଷୟ ଯେ ମୂଳ ଉତ୍ପାଦନ କ୍ଷେତ୍ରରେ ଭିନ୍ନକ୍ଷମ ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଅଟେ ।
ଏହାର କାର୍ଯ୍ୟକଳାପରେ ରହୁଥିବା ଗୋଷ୍ଠୀ ଗୁଡ଼ିକରୁ ପ୍ରାୟ ୨୦ ଜଣ କର୍ମଚାରୀଙ୍କୁ ବେଦାନ୍ତ ଆଲୁମିନିୟମର ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ଦିଆଯାଇଛି । ବାଣିଜ୍ୟିକ, ମାନବ ସମ୍ବଳ ଓ ସଂପତି ସୁରକ୍ଷା ଠାରୁ ଆରମ୍ଭ କରି ଗୃହରକ୍ଷୀ, ସଂରକ୍ଷଣ ପ୍ରଭୃତି କାର୍ଯ୍ୟରେ ଏହି ନିଯୁକ୍ତି ଦିଆଯାଇଛି । ନିରାପତାକୁ ସୁନିଶ୍ଚିତ କରୁଥିବା ଏହି ବାହ୍ୟ ରେଖା, ଯେପରିକି ଶ୍ରବଣ ବାଧିତଙ୍କ ପାଇଁ ବିଶେଷ ଆଲର୍ଟ, ଏହା ବ୍ୟତୀତ କଷ୍ଟମାଇଜ ଉପକରଣ ଗୁଡ଼ିକ ପାଇଁ ସୋସିଂ ଯାହା ଗତିଶୀଳ ଦୁର୍ବଳ ବ୍ୟକ୍ତିବିଶେଷଙ୍କ ପାଇଁ ଅଧିକ ସ୍ବାଧୀନତା ପାଇଁ ଅନୁମତି ଦେଇଥାଏ ।
ବେଦାନ୍ତ ଆଲୁମିନିୟମ ଏହି କର୍ମଚାରୀମାନଙ୍କ ଦକ୍ଷତା ଗଠନ ପାଇଁ ଉଦ୍ୟମ କରେ ଓ ସେମାନଙ୍କ ସହକର୍ମୀଙ୍କ ସହିତ ଚାକିରିର ଦାୟିତ୍ବ ତୁଲାଇଥାଏ ଓ ସେମାନଙ୍କୁ ଅର୍ଥନୈତିକ ସ୍ରୋତରେ ସାମିଲ କରିଥାଏ । କଂପାନି ଏହି ଅର୍ନ୍ତଭୁକ୍ତକୁ ପାଂଚୋଟି ପ୍ରଗତିଶୀଳ ରଣନୀତିକୁ ସୁଗମ କରିଥାଏ: କ) ନିଯୁକ୍ତି ପାଇଁ ସମ୍ଭାବ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଖ) ବିଶେଷଜ୍ଞଙ୍କ ଦ୍ବାରା ଦକ୍ଷତା ତାଲିମ କେନ୍ଦ୍ରରେ ତାଲିମ ଘ)କର୍ମଚାରୀଙ୍କ ପାଇଁ ସମ୍ବେଦନଶୀଳ ଅଧିବେଶନ ମାଧ୍ୟମରେ ଏକ ସମର୍ଥ ପରିବେଶ ସୃଷ୍ଟି କରିବା ଘ)ନୀତି ଓ ପ୍ରକ୍ରିୟା ସାମିଲ କରିବା ଙ) ଭିତିଭୂମି ଉନ୍ନତି ଓ ପ୍ରତିବନ୍ଧକ ହ୍ରାସ କରିବା ଲାଗି ମାନବ ସମ୍ବଳ ବ୍ୟବସାୟିକ ସହଯୋଗୀଙ୍କୁ ନ୍ୟସ୍ତ କରିବା ଯେପରିକି ଅକ୍ଷମତା ପ୍ରମାଣ ପତ୍ର ମିଳିବାରେ ସହଜ ଓ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିବା ।
ଏହି ଅବସରରେ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଲିମିଟେଡ ଆଲୁମିନିୟମ ବିଜିନେସ କହିଛନ୍ତିଯେବେଦାନ୍ତ ଆଲୁମିନିୟମରେ ବିବିଧତାକୁ ଗ୍ରହଣ କରିବା କେବଳ ଏକ ନୈତିକ ଆବଶ୍ୟକତା ନୁହେଁ ବରଂ ଏହା ଆମ ପାଇଁ ଏକ ରଣନୀତିକ ପଦକ୍ଷେପ । ଯେତେବେଳେ ଆମେ କୌଣସି ଭିନ୍ନକ୍ଷମଙ୍କୁ ନିଯୁକ୍ତି ଦେଇଥାଉ ସେତେବେଳେ ସେମାନଙ୍କ ପାଇଁ ଆମେ ଏକ ନୂତନ ମାର୍ଗ ପ୍ରଶସ୍ତ କରିଥାଉ ଯଦ୍ବାରା ସେମାନେ ଅର୍ଥନୈତିକ ସ୍ତରରେ ନିଜକୁ ସୁଦୃଢ କରିପାରିବେ ।
ବାଲକୋର ପୂର୍ବ କାଳୀନ ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ରାଜେଶ କୁମାର କହିଛନ୍ତିଯେ- ଆମେ ଏକ ଅନ୍ତର୍ଭୁକ୍ତ କର୍ମଜୀବୀ ପରିବେଶ ପ୍ରତିପୋଷଣ କରୁଛୁ ଯାହା ପାରଂପାରିକ ଧାରଣାକୁ ଦୂର କରିଥାଏ । ଚାକିରୀ ପାଇଁ ଆମେ ଦକ୍ଷତା ଓ ଉତ୍ସାହକୁ ପ୍ରାଧାନ୍ୟ ଦେଇ ବ୍ୟକ୍ତି ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ସଫଳ କରିବାକୁ ଚାହିଁଥାଉ ।
ଶ୍ରୀ ଦିଲ୍ଲୀପ ସିହ୍ନା, ସିଏଚଆରଓ, ବେଦାନ୍ତ ଲି- ଆଲୁମିନିୟମ ବିଜିନେସ କହିଛନ୍ତି ଯେ-ବେଦାନ୍ତ ଆଲୁମିନିୟମ ଏପରି ଏକ ପରିବେଶର ବିକାଶ କରେ ଯେଉଁଠାରେ କେବଳ ଦକ୍ଷ ଲୋକମାନଙ୍କର ସମ୍ମାନ ରହିଛି । ଏହି ପ୍ରୟାସ ଆମର କାର୍ଯ୍ୟ ପ୍ରଣାଳୀରେ ଆମେ ପ୍ରାଧାନ୍ୟ ଦେଇ ଆସିଛୁ । ଏହା ଦ୍ଵାରା ଆମ ପରିବେଶ ଓ ଗୋଷ୍ଠରେ ଥିବା ଭିନ୍ନକ୍ଷମ ବ୍ୟକ୍ତିର ଲୋକମାନେ ବହୁ ପରିମାଣରେ ଉପକୃତ ହୋଇ ପାରିବେ । ଯେତେବେଳେ ଆମେ ଆଗକୁ ବଢ଼ୁ, ଆମେ ନିଶ୍ଚିତ କରୁ ଯେ ସ୍ଥାୟୀ ଅଗ୍ରଗତି ହାସଲ କରିବା ପାଇଁ ଆମେ ଆମ ସମ୍ପ୍ରଦାୟକୁ ଆମ ସହିତ ନେଇଥାଉ ।
ଏହି ପଦକ୍ଷେପଟି ଏଲଜିବିଟିକୁ+ ନିଯୁକ୍ତିରେ କମ୍ପାନିର ସଂପ୍ରତିକ ପଦକ୍ଷେପ ଉପରେ ନିର୍ଭର କରେ, ଯାହାକି ଏହାର ପାଂଟ ଅବସ୍ଥାନରେ ପ୍ରାୟ ୩୦ ଟ୍ରାନସଜେଣ୍ଡର ବ୍ୟକ୍ତିଙ୍କୁ ନିଯୁକ୍ତି, ତାଲିମ ଓ ନିୟୋଜିତ କରାଯାଇଛି । ନିକଟରେ କମ୍ପାନି ପକ୍ଷରୁ ଲିଙ୍ଗଗତ ପୁନଃନିର୍ମାଣ ସର୍ଜରୀ ବିଷୟରେ ଏକ ପଦକ୍ଷେପ ଦ୍ବାରା ଟ୍ରାନସ ଜେଣ୍ଡର ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ ବ୍ୟବସ୍ଥା ରଖାଯାଇଛି । କମ୍ପାନି ମଧ୍ୟ ଏହାର ଚାକିରୀ ଭୂମିକାକୁ ଲିଙ୍ଗଗତ ଆଗ୍ନାଷ୍ଟିକ ଭାବରେ ଡିଜାଇନ କରିଛି ଓ ଦକ୍ଷତାକୁ ପ୍ରାଧାନ୍ୟ ଦେଉଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତର ବିଶ୍ଵ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରମ୍ପ୍ୟୁଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।