ନୂଆପଡା ଓ ଖରିଆର ବିଧାନସଭା ରେ ବିଜେଡି ଆଗୁଆ, ଲୋକସଭା ରେ ଆଗରେ ଅଛି ବିଜେପି 

ନୂଆପଡା : ଆଜି ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା ବେଳେ ନୂଆପଡା ଆ.ର.ଏମ.ସି.ଏସ ରେ ଜିଲ୍ଲା ପ୍ରଶାସନ ର ତତ୍ୱାବଧାନ ରେ ଭୋଟ ଗଣତି ଆରମ୍ଭ ହୋଇ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି. ତେବେ ନୂଆପଡା ବିଧାନସଭା ରେ ବିଜେଡି 242 ଭୋଟ ରେ ଆଗୁଆ ଥିଲା ବେଳେ ଖରିଆର ବିଧାନସଭା ରେ 96 ଭୋଟ ରେ ବିଜେଡି ଆଗୁଆ ଅଛି । ତେବେ ଏହି ଦୁଇ କ୍ଷେତ୍ର ରେ ବିଜେପି ଲୋକସଭା ଆସନ ରେ ଆଗୁଆ ଥିବା ସୂଚନା ମିଳିଛି । ତେବେ ନେତା ଓ ଦଳୀୟ କର୍ମୀ ଭୋଟ ଫଳାଫଳ କୁ ନେଇ ଆଶା ଓ ଉଲ୍ଲାସ ରେ ପ୍ରଚଣ୍ଡ ଖରା ରେ ମଧ୍ୟ ଜଗି ରହି ଆପେକ୍ଷା କରିଥିବା ନଜର ରେ ଆସିଛି ।

ପ୍ରଥମ ରାଉଣ୍ଡ ଫଳାଫଳ

ନୂଆପଡା ବିଧାନସଭା ଆସନ

କଂଗ୍ରେସ- ୧୨୧୨
ବିଜେଡି- ୧୪୫୪
ବିଜେପି-୧୦୯୪
ବିଜେଡି ୨୪୨ ଭୋଟରେ ଆଗୁଆ

 

ଖଡିଆଳ ବିଧାନସଭା ଆସନ

କଂଗ୍ରେସ-୧୬୯୯
ବିଜେପି- ୧୫୦୪
ବିଜେଡି- ୧୭୯୫
ବିଜେଡି ୯୬ ଭୋଟରେ ଆଗୁଆ

 

Report by : Rahul Yadav,  Nuapada DC
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.