କୋଲନରା ବ୍ଲକର ପ୍ରାଥମିକ ବିଦ୍ୟାଳୟରେ ଝୁଲୁଛି ତାଲା, ସାମୁହିକ ଛୁଟିରେ ଶିକ୍ଷକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ସଦର ମହକୁମା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ତିନି ଦଫା ଦାବି ପୂରଣ ନେଇ ଧର୍ମଘଟ କରାଯାଇଥିଲା। କୋଲନରା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ ବର୍ଗର ପ୍ରାୟ ୨୦୦ ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଏହି ଧର୍ମଘଟରେ ଯୋଗ ଦେଇଥିଲେ। ଶିକ୍ଷକ ମାନଙ୍କ ଏହି ଧର୍ମଘଟ ଯୋଗୁଁ ବ୍ଲକ୍ ର ଦେଢ଼ ଶହରୁ ଅଧିକ ବିଦ୍ୟାଳୟ ପ୍ରଭାବିତ ହୋଇଥିବା ବେଳେ ୩୪ ଟି ବିଦ୍ୟାଳୟ ରେ ତାଲା ଝୁଲିଥିଲା। ଏହି ବିଦ୍ୟାଳୟ ମାନଙ୍କରେ ପାଠ ପଢା ସମ୍ପୂର୍ଣ୍ଣ ଠପ୍ ହୋଇଯିବା ସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ଯ ବନ୍ଦ ରହିଥିବା ଜଣା ପଡ଼ିଛି। ରାଜ୍ୟ ସରକାରଙ୍କ ଦ୍ୱାରା ତିନି ଦଫା ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ଶିକ୍ଷକ ନେତା ଦୀପକ କୁମାର ସାହୁ, ପ୍ରଦୀପ କୁମାର ନାୟକ, ସାଧନା ପ୍ରଧାନ , ଆଦିତ୍ୟ ନାରାୟଣ ସ୍ୱାଇଁ, ବାଳକୃଷ୍ଣ ସାହୁ, ଗୋପବନ୍ଧୁ ଜେନା , ତପନ କୁମାର ପଣ୍ଡା ପ୍ରଭୃତି ଜଣାଇଛନ୍ତି। ଏହି ଆନ୍ଦୋଳନ ଏପରି ଚାଲିଲେ କୋଲନରା ବ୍ଲକ୍ ରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଉପସ୍ଥିତ ଆନ୍ଦୋଳନ କାରୀ ଶିକ୍ଷକ ମାନଙ୍କ ଠାରୁ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀମତି ମଞ୍ଜୁଲତା ଜେନା ଦାବୀ ପତ୍ର ଗ୍ରହଣ କରିଥିଲେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଚାନ୍ଦୀଲି ଥାନା ତରଫରୁ ପୋଲିସ୍ ମୃତୟନ୍ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.