ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲାର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଦୁଇ ଦିନ ହେଲା ସାମୂହିକ ଛୁଟିରେ । ଫଳରେ ବିଦ୍ୟାଳୟରେ ଗୁରୁ ବିନା ଶିଷ୍ୟଙ୍କ ପାଠପଢ଼ା ବିପର୍ଯ୍ୟସ୍ତ ହୋଇପଡିଛି | ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ ସାରା ରାଜ୍ୟରେ ଶିକ୍ଷକ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାୟଗଡା ଜିଲ୍ଲାର ୧୧ଟି ବିଇଓ ଅଫିସ ଆଗରେ ଧାରଣା ଦେଇଛନ୍ତି ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ । ରାୟଗଡା ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ୩ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆଜିଠୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଫଳରେ ଅନେକ ବିଦ୍ୟାଳୟରେ ତାଲା ଝୁଲିବା ସହ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଓ ଶିକ୍ଷାଦାନ ବନ୍ଦ ରହିଛି । ତେବେ ଶୁକ୍ରବାର ଠାରୁ କାଶୀପୁର ବ୍ଲକର ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓଲ୍ଲାଇଥିବାରୁ ସ୍କୁଲରେ ପାଠ ପଢା ଠପ ହୋଇଯାଇଛି । ଏହି ଆନ୍ଦୋଳନରେ ଜିଲାର ସମସ୍ତ ବର୍ଗର ଶିକ୍ଷକ ସଙ୍ଗଠନର ସଦସ୍ଯମାନେ ସାମିଲ ହୋଇଛନ୍ତି । ଏଥିରେ କନିଷ୍ଠ ଶିକ୍ଷକ ସଂଘ, ନୂତନ ପେନସନ ଯୋଜନା ସଂଘ, ବହୁ ଭାଷୀ ଶିକ୍ଷକ ସଂଘ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସବୁ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ରାୟଗଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସଦାନନ୍ଦ ନାଏକ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ଉପସଭାପତି ନରେଶ କୁମାର ସ୍ୱାଲସିଂ, ରାଜ୍ଯ ଆଞ୍ଚଳିକ ସମ୍ପାଦକ ଦୀପକ କୁମାର ରାଉତ, ରାଜ୍ଯ ଷ୍ଟିଅରିଂ କମିଟି ସଦସ୍ଯ ପ୍ରମୋଦ ପଣ୍ଡା, ଜିଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ନିଳାଞ୍ଚଳ ମିଶ୍ର, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଦୁର୍ଗା ସନ୍ଯାସୀ ବେହେରା, ଉପସଭାପତି ସାଳନ୍ତି ଅଟକା, ସୁଧାକର ଚୌଧୁରୀ, ଏନପିଏସ ସଂଘର ସଭାପତି ପୁରନ୍ଦର ପାଣି ଓ ସମ୍ପାଦିକା ତନୁଶ୍ରୀ ସ୍ମରଣିକା ମିଶ୍ର, ଓଜେଟିଏର ସଭାପତି ଗଗନ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ ।