କବିତା : ଅବୁଝା ମନକୁ ବୁଝାଇ ପାରୁନି

ଅବୁଝା ମନକୁ ବୁଝାଇ ପାରୁନି

ନରେନ୍ଦ୍ର ପ୍ରସାଦ ବେହେରା

ମନ ମୋର ଏକ ଅବୁଝା ନଈ
ଧିରେ ଧିରେ ଯାଏ ଆଗକୁ ଆଗେଇ ।

ଅବୁଝା ମନକୁ ବୁଝାଇ ପାରୁନି
କେବେ ସେ ବୁଝିବ ଜାଣି ପାରୁନି।

ନିଆଁରେ ପୋଡେନି ପବନେ ଉଡେନି
ଜଳରେ ନ ବୁଡି (ଜମା) ଆଗେଇ ପାରେନି।

ଯେତେ ବାଧାବିଘ୍ନ ଆସିଲେ ତା’ ଆଗେ
ଖାତିରି ନକରି ଯାଏ ସେ ବେଗେ।

ବସିବା ସ୍ଥାନରେ ନଥାଏ ସେ କେବେ
ଉଡୁଥାଏ ମନ ସାରା ବିଶ୍ବ ବ୍ରହ୍ମାଣ୍ଡେ।

ତୁ ସିନା ବସିଛୁ ତୋ ବଡଦେଉଳରେ
ମୁଁ ବସି ଭାବୁଛି (ଏଠି) ତୋର ନାମକୁ ରେ।

ମୁଁ ସିନା ବସିଛି ମୋ ଘର ପିଣ୍ଡାରେ
ମନ ମୋର ଅଛି ତୋ ବଡଦାଣ୍ଡରେ ।

ଅତି ଅବୁଝା ଏ ମନଟି ମୋହର
କେମିତି ବୁଝିବ ତୁ କହ ଏଥର ।

ଦରଶନ ପାଇ ଦେଇ ଥାଆନ୍ତି ବୁଝାଇ
ଆନନ୍ଦରେ ହୋଇ ଥାଆନ୍ତି ମୁଁ ବାଇ।

ଯେତେ ବୁଝାଇଲେ ବୁଝୁ ନାହିଁ ସେତ
କହୁଛି ମୋତେ (ତୁ) ରୋକି ପାରିବୁନି ସତ ।

ଭାରି ଅମାନିଆରେ କାଳିଆ ସୁନା
ଅବୁଝା ମନକୁ ଆଜି ବୁଝାଇ ପାରେନା।

ଆଳଦା, ଖଇରା,ବାଲେଶ୍ବର
ମୋ: ୯୮୫୩୧୪୨୫୧୦

ହ୍ଵାଟ୍ସଆପରେ ସଦ୍ୟ ଖବର ଓ ବିଚାର ସୂଚନା ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.