ଜିଲ୍ଲା ଯୁବ-ଛାତ୍ର ବିଜେଡ଼ିର କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିଜୁ ଯୁବ-ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଶାରଦା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଇ° ସମିତ କୁମାର ଲେଙ୍କା ଓ ଯୁବ ବିଜେଡ଼ି ସଭାପତି ସୋମ୍ୟଜିତ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜଗତସିଂହପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ, ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ, ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଯୋଗଦେଇ ଆଗାମୀ ଦିନରେ ଯୁବକ ଓ ଛାତ୍ର ମାନେ ତୃଣମୂଳ ସ୍ତରକୁ ଯାଇ ଲୋକମାନଙ୍କ ସମସ୍ୟା ବାବଦରେ ବୁଝିବା ଓ ତାର ସମାଧାନ ଦିଗରେ ଭୂମିକା ଗ୍ରହଣ କରିବେ ବୋଲି ପରାମର୍ଶ ପ୍ରଦାନ କରିଥିଲେ । ରାଜ୍ୟ ଯୁବ ବିଜେଡ଼ି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଯୁବ ଛାତ୍ର ବ୍ୟାପାର ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ନିଜର ଅଭିଭାଷଣରେ ଯୁବ – ଛାତ୍ର ନେତୃବୃନ୍ଦ ପଞ୍ଚାୟତ ଓ ବୁଥ ସ୍ତରୀୟ କମିଟି ଗଠନ କରି ଦଳୀୟ କାର୍ଯ୍ୟକ୍ରମକୁ ସଂଗଠିତ କରିବା ସହିତ ସାମାଜିକ ଗଣମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକହିତକର ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ରବିନାରାୟଣ ଜେନା, କାର୍ଯ୍ୟକାରୀ ସଭାପତି ଜ୍ୟୋତିଷ ଦାସ, ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ,ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁ,ଉପସଭାପତି ବିଜୟ ବସନ୍ତିଆ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ରବିନାରାୟଣ କର, ତିର୍ତୋଲ ବ୍ଲକ ଛାତ୍ର ବିଜେଡ଼ି ସଭାପତି କାଳନ୍ଦୀ ଦାଶ, ରଘୁନାଥପୁର ବ୍ଲକ ଯୁବ ବିଜେଡ଼ି ସଭାପତି ଜୋସେଫ ସ୍ୱାଇଁ, ବିଭିନ୍ନ ବ୍ଲକ ଛାତ୍ର ବିଜେଡ଼ି ସଭାପତି ଶକ୍ତି ଶଙ୍କର ପଟ୍ଟନାୟକ, ରାଜେଶ ମିଶ୍ର, ଗୋରେଖ ଆଶ୍ରିତ ବେହେରା, ମହେଶ୍ୱର ଦାସ, ଚନ୍ଦନ ମଲ୍ଲିକ, ରାଜେଶ ବେହେରା, ଶୁଭ୍ରକାନ୍ତ ଜେନା, ପୃଥିରାଜ ହାତୀ, ଜଗନ୍ନାଥ ସ୍ବାଇଁ ବିଭିନ୍ନ ବ୍ଲକ ଯୁବ ବିଜେଡ଼ି ସଭାପତି ସୁଶାନ୍ତ ସାହୁ, ଅରୂପ ମହାନ୍ତି, ସୁଜିତ୍ ମହାନ୍ତି, ସୁମିତ୍ ଦାସ, ପାର୍ଥ ସାରଥି ରାଉତ, ସିତାଂଶୁ ଦାଶ, ସମ୍ବିତ ମହାନ୍ତି, ରାଜୀବ ବେହେରା ଜିଲ୍ଲା ଛାତ୍ର ବିଜେଡ଼ି ଉପସଭାପତି ଅବନ୍ତୀକାନ୍ତ ଦାଶ, ବୈକୁଣ୍ଠ ବିହାରୀ ପ୍ରଧାନ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାଶ ସମ୍ପାଦକ ମାନସ ଦାସ, ରାଜ୍ୟ ବିପିୟୁଟି ଛାତ୍ର ନେତା ରୁଦ୍ର ଆଚାର୍ଯ୍ୟ ଯୁବ-ଛାତ୍ର ନେତା ସୁଶାନ୍ତ ଭଟ୍ଟ, ସୁରତ ପଲେଇ,ମନୋଜ ମହାନ୍ତି, ସୁନିଲ ବିଶ୍ବାଳ, ସୁର ବାରିକ, କୁଞ୍ଜବିହାରୀ ସ୍ୱାଇଁ, ସୋତ୍ରୋସ୍ଵିନି ସିଂ, ଦିପ୍ତିମୟୀ ସେନାପତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.