ନଦୀ ପାର ହୋଇ ଚାଷ ଜମିକୁ ଯିବା ସମୟରେ ଭାସି ଗଲେ ଯୁବକ: ଉଦ୍ଧାର କଲେ ଅଗ୍ନିଶମ ବିଭାଗ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ନଦୀ ପାର ହୋଇ ଚାଷ ଜମିକୁ କାଠ ଆଣିବା ଯାଇଥିବା ବେଳେ ନଦୀରେ ଭାସି ଗଲେ ଯୁବକ l ଯୁବକ ଜଣକ ନାମ ସନ୍ତୋଷ ଚନ୍ଦନ (୪୫) ଘର ସଇଁତଲା ଗୋପବନ୍ଧୁପଡା ବୋଲି ଜଣାପଡ଼ିଛି l ଏପରି ଏକ ଘଟଣା ଦେଖିବା ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ l ପ୍ରକାଶ ଯେ , ଆଜି ଭୋର ସକାଳ ସମୟରେ ସଇଁତଲା ସହରର ଗୋପବନ୍ଧୁପଡାର ସନ୍ତୋଷ ଚନ୍ଦନ ନାମକ ଜୈନିକ ଯୁବକ ଲାନ୍ଥ ନଦୀ ପାର ଉଦ୍ୟମ କରିବା ନଦୀ ର ଜଳସ୍ତର ବଡ଼ିଥିଲା । ଫଳରେ ଯୁବକ ଜଣକ ନଦୀ ଟାପୁ ରହି ଯାଇ ଥିଲେ । ପରେ ସଇଁନ୍ତଲା ଅଗ୍ନିଶ୍ରମ ବିଭାଗକୁ ଖବର ଦେଇ ଥିଲେ । ଖବର ପାଇଁ ଅଗ୍ନିଶ୍ରମ କର୍ମଚାରୀ ଅକ୍ଲାନ୍ତ ପରିସରମ କରି ଯୁବକ ଙ୍କୁ ଉଦ୍ଧାର କରିଛି । ତେବେ ସଇଁନ୍ତଲା ଗୋପବନ୍ଧୁପଡାର ସନ୍ତୋଷ ଚନ୍ଦନ ନିଜର ଚାଷ ଜମିକୁ କାଠ ନେବା କୁ ଯାଇ ଥିବା ବେଳେ ନଦୀରେ ହଠାତ ଜଳସ୍ତର ବଢ଼ି ଯାଇଥିଲା l ଫଳରେ ଭାସି ଯାଇ ନଦୀର ତାପୁ ରେ ଫସି ରହି ଯାଇଥିଲେ l ଘଟଣା ଖବର ପାଇଁ ସଇଁତଲା ଅଗ୍ନିଶ୍ରମ ବିଭାଗ ପହଂଚିଥିଲେ l ଏଥିରେ ଲିଡିଙ୍ଗ ଫାୟାର ମ୍ୟାନ ସମୀର କୁମାର ସାହୁ ନେତୃତ୍ୱରେ ରାଧେଶ୍ୟାମ ସାହୁ, ଭାଗରଥୀ ମହାରଣା ଓ ବୃଦ୍ଧଦେବ ପ୍ରଧାନ ପ୍ରମୁଖ ଲାଇଭ ଜେକେଟ, ଲାଇଭ ବୟ ଓ ଦଉଡି ଧରି ନଦୀ ଜଳସ୍ରୋତ କୁ ପଶି ସନ୍ତୋଷ ଙ୍କୁ ଉଦ୍ଧାର କରି ମେଡିକାଲ କୁ ନେଇ ଚିକିତ୍ସା କରାଇଥିଲେ l ବର୍ତମାନ ସନ୍ତୋଷ ଏବେ ସୁସ୍ଥ ଥିବା ଜଣାପଡିଛି l ଏହି ସମୟରେ ଫାୟାର ମ୍ୟାନ ସୂର୍ଯ୍ୟକାନ୍ତ ସାହୁ, ଇନ୍ଦ୍ରଜିତ ଭୋଇ ଓ ଦିବାକର ପଟ୍ଟନାୟକ ଉପସ୍ଥିତ ଥିଲେ l ଏଠାରେ ପ୍ରକାଶ ଯେ , ଏହି ଲାନ୍ଥ ନଦୀ ବ୍ରିଜ ପାଇଁ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିବା ବେଳେ ନା ଶୁଣୁଛି ପ୍ରଶାସନ ନା ଶୁଣୁଛି ଲୋକପ୍ରତିନିଧି l ଫଳରେ ବ୍ରିଜ ପଡ଼ିରହିଛି l ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯଦି ଏ ଦିଗରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ ଗ୍ରହଣ ନ କରନ୍ତି ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.