ଖରାପ ଲାଗୁଛି
ସୁଧାଂଶୁ ଶେଖର ପାତ୍ର
ଭାଵ ନାହିଁ
ମୁଁ ତମର ଅନୁଗାମୀ
ସବୁଵେଳେ ଅନୁକରଣ କରୁଛି
ତମ ଦ୍ଵାରା ହୋଇଥିବା
ଯାଵତୀୟ ଘଟଣାବଳୀକୁ।
ନିଜକୁ ନିଜେ
ମହାନ୍ ଵୋଲି ଘୋଷୁଥାଅ
ଲୋକେ ଗ୍ରହଣ ନ କରନ୍ତୁ ପଛକେ
ଖୁସିରେ ଫାଟି ପଡ଼, ନାଚ
ଗାଅ ଆଉ ମସ୍ତି କର।
ଵଦ୍ ନାମୀ ତାଲିକାରେ
ନାଆଁଟି ଆଗରେ ଅଛି
ଯେଉଁଠିକୁ ଯାଉଛି
ଦେଖୁଛି, ତମ ଉପରେ
ଛେପର ପରଳ ପଡୁଛି।
ଲାଜ ସରମର କଥା
ମୁହଁ ଦେଖେଇ ପାରୁଛ
ଖରାପ ଲାଗୁଛି।