ପୁରୁଷୋତ୍ତମପୁରରେ ବ୍ଲକସ୍ତରୀୟ କ୍ରୀଡା ଓ ଆଥଲେଟିକ୍ସ ଚୟନ ଶିବିର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସରକାରୀ ଉଚ୍ଚବିଦ୍ୟାଳୟ, ତାରାତାରିଣୀ କଲେଜ ଖେଳ ପଢ଼ିଆ ଠାରେ ବ୍ଲକସ୍ତରୀୟ କ୍ରୀଡା ଓ ଆଥଲେଟିକ୍ସ ଚୟନ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଏହି ପ୍ରତିଯୋଗିତା ୨ ଦିନ ଧରି ଚାଲୁ ରହିବ l ଏହି ପ୍ରତିଯୋଗିତାରେ ଶତାଧିକରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏଥିରେ ବ୍ଲକରୁ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଆଦର୍ଶ ବିଦ୍ୟାଳୟର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବା ସହ ତନ୍ମଧ୍ୟରୁ ୧୦୦ରୁ ଉର୍ଦ୍ଧ୍ୱ ଯୋଗ୍ୟ ବିବେଚିତ ହୋଇ ଆସନ୍ତା ସେପ୍ଟେମ୍ବରରେ କବିସୂର୍ଯ୍ୟନଗର ବ୍ଳକରେ ହେବାକୁ ଥିବା ଜୋନସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶିକ୍ଷାଧିକାରି କିଶୋର ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ବ୍ଲକ ଅଧ୍ୟକ୍ଷା  ପିଙ୍କି ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ତାରାତାରିଣୀ ମହାବିଦ୍ୟାଳୟ ପ୍ରିନ୍ସପାଲ ଡ଼କ୍ଟର ସିମାଞ୍ଚଳ ପଟ୍ଟନାୟକ, କଲେଜ ପରିଚାଳନା ସଭାପତି ବାସୁଦେବ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଛାତ୍ର ଜୀବନରେ କ୍ରୀଡା ଓ ଶାରୀରିକ ଶିକ୍ଷାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡାଶିକ୍ଷକ ଧୀର ସମୀର ପାଣିଗ୍ରାହୀ, ନିର୍ମଳ ବସ୍ତିଆ, ଜଗନ୍ନାଥ ଜେନା, କାଳୁ ଚରଣ ମହାଙ୍କୁଡ ପ୍ରମୁଖ ଦାୟିତ୍ୱ ନେଇ ସଫଳ କରାଇଥିଲେ l ଏହା ସହ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ ଅନ୍ୟ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକମାନେ ସହଯୋଗ କରିଥିଲେ । 

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.