ବାଇକ ଚାଳକ ଭାଙ୍ଗୁଛନ୍ତି ଟ୍ରାଫିକ ନିୟମ (visual News) 

ସଡକ ପରିବହନ ବିଭାଗ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦିଅନ୍ତୁ

Omkar Vasthu
Omkar Vasthu

ନୂଆପଡା,୨୬/୫ : ଦିନକୁ ଦିନ ନୂଆପଡା ସଦର ଉର୍ନ୍ନତ ହେବାରେ ଲାଗିଛି । ସଡକ, ବିଜୁଳି ସେବା ସୁଗମ ହେବା ସହ ଅନେକ ବଡ ବଡ଼ ଦୋକାନ ବଜାର ସବୁ ବଢ଼ିବାରେ ଲାଗିଛି । ବେପାର ବଣିଜ ବଢିବା ଫଳରେ ବିଭିନ୍ନ ସ୍ଥାନରୁ ଲୋକ ସଦର ମୁହାଁ ହେଉଛନ୍ତି । ନୂଆପଡା ଏକତା ଛକ ଠାରେ ପୋଲିସ ପ୍ରଶାସନ ତରଫରୁ ଏକ ଟ୍ରାଫିକ ପୋଷ୍ଟର ବ୍ୟବସ୍ଥା କରାଯାଇଛି । ଏଥିରେ ପୋଲିସ ଜଗି ରହିଥିଲେ ସୁଦ୍ଧା ଦୁଇ ଚକିଆ ଯାନବାହାନ ଚାଳକମାନେ ଟ୍ରାଫିକ ନିୟମ ଭାଙ୍ଗୁ ଥିବାର ନଜର ଆସୁଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
( କ୍ଲକ କରି ଦେଖନ୍ତୁ ଭିଡିଓ, କିପରି ଭଙ୍ଗାଚାଲିଛି ଟ୍ରାଫିକ ନିୟମ 👆)

ସେପଟେ ପୁଣି ଅନେକ ସମୟରେ ୧୮ ବର୍ଷରୁ କମ କିଶୋର କିଶୋରୀ ମାନେ ସଦର ଦେଇ ଯାଇଥିବା ଜାତୀୟ ରାଜପଥ ୩୫୩କୁ ଅତି ତୀବ୍ର ଗତିରେ ଦୁଇ ଚକିଆ ଯାନରେ ଅତିକ୍ରମ କରୁଥିବା ମଧ୍ୟ ନଜରକୁ ଆସିଛି । ତେବେ ଏନେଇ ଜିଲ୍ଲା ପରିବହନ ଅଧିକାରୀ କିମ୍ବା ପୋଲିସ ଅଧିକାରୀ ଧ୍ୟାନ ଦେଉନଥିବା ଜନତା ଅଭିଯୋଗ କରୁଛନ୍ତି । ଜିଲ୍ଲା ପ୍ରଶାସନ ତଥା ସଂପୃପ୍ତ ବିଭାଗ ଏନେଇ ଉଚିତ ପଦକ୍ଷେପ ଗ୍ରହଣକଲେ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣାକୁ ଏଡାଇ ଦିଆ ଯାଇ ପାରିବ ବୋଲି ବୁଦ୍ଧିଜୀବି ମହଲ ରେ ମତ ପ୍ରକାଶ ପାଇଛି ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.