ବିବାହ ଭୋଜି ଖାଇ ୪ ଶିଶୁଙ୍କ ସମେତ ୧୨ରୁ ଉର୍ଧ ଝାଡା ବାନ୍ତିରେ ଆକ୍ରାନ୍ତ 

ଲାଞ୍ଜିଗଡ ବେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା, ୫ ଦିନ ପରେବି ସରକାରୀ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ

Omkar Vasthu
Omkar Vasthu

ANM ଦିଦିଙ୍କ ନାମରେ ଆସିଲା ଗୁରୁତର ଅଭିଯୋଗ : ଖବର ପାଇ ମଧ୍ୟ ଆସିନଥିଲେ, ୨ ମାସରେ ଥରେ ବୁଲି ଆସନ୍ତି ANM ଦିଦି !

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼,୨୬/୫ : ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକରେ କେମିତି ଚାଲିଛି ସ୍ବାସ୍ଥ ସେବା ସେ ବିଷୟରେ ସମସ୍ତେ ଅଳ୍ପେ ବହୁତେ ପରିଚିତ । ତେବେ କାନକିରି ଗାଁର ଏହି ଚିତ୍ର ସରକାରୀ ସ୍ବାସ୍ଥ୍ୟ ସେବାରୁ ପରିହାସ କଲାପରି ମନେହୁଏ । ଝାଡାବାନ୍ତି ବ୍ୟାପିବାର ୫ ଦିନ ପରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବନ୍ଧପାରି ପଞ୍ଚାୟତ ଅନ୍ତର୍ଗତ କାନକିରି ଗ୍ରାମର ଝାଡା ବାନ୍ତିରେ ଆକ୍ରାନ୍ତ ଥିବା ୪ ଶିଶୁଙ୍କ ସହିତ ୧୨ଜଣକୁ ଲାଞ୍ଜିଗଡ଼ ବେଦାନ୍ତ ମେଡିକାଲରେ ଆଜି (ରବିବାର) ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଗତ ମଙ୍ଗଳବାର ଦିନ ସନ୍ଧ୍ୟାରେ ଲାଞ୍ଜିଗଡ଼ ବ୍ଲକ ବନ୍ଧପରି ପଞ୍ଚାୟତ ଅଧିନସ୍ଥ କାନକିରି ଗ୍ରାମର ଝିଅ ବାହାଘର ପରେ ଝିଅକୁ ଛାଡିବାକୁ ରାୟଗଡା ଜିଲ୍ଲା ବିଷମ କଟକ ନିକଟସ୍ଥ ଝିଗିଡି ଗ୍ରାମକୁ ଯାଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚି ଭୋଜି ଖାଇ ବୁଧବାର ରାତିରେ ନିଜଗାଁ କାନକିରି ପହଂଚି ଥିଲେ। ହେଲେ ଆସିବା ପରେ ବୁଧବାର ରାତି ଠାରୁ ଝାଡା ବାନ୍ତିରେ ମାନିନୀ କଂସାରି(୨), ରାକେଶ କଂସାରି(୯), ବାବୁନି କଂସାରି(୧୨), ସାରି କଂସାରି(୧୩), ଚଂଚଳା କଂସାରି(୨୯), ରଜନୀ କାନ୍ତ କଂସରି(୨୨), ରବୀନ୍ଦ୍ର କଂସାରି(୨୮), ବାହୁ କଂସାରି(୪୫), ଭାଁନସୁ କଂସାରି(୪୦), ମରିଚା କଂସାରି(୫୦), ମିରୁ କଂସାରି(୫୦) ଓ ରାଇ କଂସାରି(୬୦) ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଏଏନଏମ (ANM)  ବାସନ୍ତୀ ମାଝୀଙ୍କୁ ଖବର ପଠାଇଥିଲେ ମଧ୍ୟ ଆସିନଥିଲେ। ଝାଡା ବାନ୍ତି ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ୫ଦିନ ହେଲା ସରକାରୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଏହି ନିରିହ ଅଧିବାସୀ ମାନେ କର୍ମକୁ ନିନ୍ଦି ରହିଥିଲେ ।

Udyog Nursery
Udyogi Nursery

ଶେଷରେ କୌଣସି ଉପାୟ ନ ପାଇ କାନକିରି ଗାଁରେ ଏସଟିଡି ( STD)  ଦେଇଥିବା ବିଶି ବିଭାରଙ୍କୁ କହିଥିଲେ । ବିଶି ବେଦାନ୍ତ ମେଡିକାଲର ଜଗନ୍ନାଥ ବାଗଙ୍କୁ ଆଜି ସକାଳେ ୭ ଘଣ୍ଟା ସମୟରେ ଫୋନରେ ଯୋଗାଯୋଗ କରିଥିଲେ। ଜଗନ୍ନାଥ ଖବର ପାଇଲା ମାତ୍ରେ ବେଦାନ୍ତ ସିଏସଆର ପିଉଷ ମହାନ୍ତି, ଭରତ ଭୂଷଣ ଯୋଶୀ, ମେଡିକାଲର ଆମର ମହାନ୍ତି ଓ ଜଗନ୍ନାଥ ବାଗ ଦାୟିତ୍ୱ ନେଇ କାନକିରି ଗାଁକୁ ଆମ୍ବୁଲାନ୍ସ ପଠାଇ ଝାଡା, ବାନ୍ତିରେ ଆକ୍ରାନ୍ତଙ୍କୁ ଦିନ ୧୧ଟା ସମୟରେ ବେଦାନ୍ତ ମେଡିକାଲରେ ଭର୍ତ୍ତି କରଇଥିଲେ। କାନକିରି ଗାଁ ଲୋକ କହିବା ଅନୁଯାୟୀ ଝାଡା, ବାନ୍ତି ଧୀରେ ଧୀରେ ବ୍ୟାପୁ ଥିବାବେଳେ ଏଏନଏମ ବାସନ୍ତି ମାଝୀଙ୍କୁ ଖବର ଦେଇଥିଲେ ମଧ୍ୟ ଆସିନଥିଲେ। ଅନ୍ୟ କୌଣସି ସମୟରେ ଖବର ଦେଲେ ଆଶା ଦିଦି ସୁକାନ୍ତି ମାଝୀ ଅଛନ୍ତି କହି ଦୁଇ ମାସକୁ ଥରେ ବୁଲି ଆସନ୍ତି। ଯାହା ଫଳରେ ଆମେ କୌଣସି ସରକାରୀ ସ୍ୱାସ୍ଥ୍ୟସେବାର ସୁବିଧା ପାଇପାରୁନୁ ବୋଲି ଗ୍ରାମବାସୀ କହିଛନ୍ତି ଓ ବର୍ତ୍ତମାନ ମଧ୍ୟ ଗାଁରେ ଥିବା କିଛି ଲୋକ ଆକ୍ରାନ୍ତ ଥିବା କହିଛନ୍ତି। ଏନେଇ ବ୍ଲକ ମେଡିକାଲ ଅଫିସର ଇନ୍ଦ୍ର କୁମାରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ସହ ବାର୍ତ୍ତାଳାପ ସମ୍ଭବ ହୋଇନଥିଲା। ଏଠାରେ ପ୍ରଶ୍ନ ଉଠେଯେ ଲାଞ୍ଜିଗଡର ବିଭିନ୍ନ ଉପାନ୍ତ ଇଲାକାକୁ କାହିଁକି ପହଞ୍ଚିପାରୁନି ସରକାରୀ ସ୍ବାସ୍ଥ୍ୟସେବା ? କାହିଁକି ନିଜର କର୍ତ୍ତବ୍ୟ ସଂପାଦନ କରୁ ନାହାନ୍ତି ସରକାରୀ କର୍ମଚାରୀ ? ଏମାନେ କାର୍ଯ୍ୟରେ ଅବହେଳା କରୁଥିବା ବିଷୟରେ ଭଲ ଭାବେ ଜାଣିସୁଦ୍ଧା କାହିଁକି କୁମ୍ଭ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ସ୍ବାସ୍ଥ୍ୟ ବିଭାଗ ? ନିରିହ ଆଦିବାସୀ ଗିରିଜନ ମାନଙ୍କ ପ୍ରତି କାହିଁକି ବଢି ଚାଲିଛି ଅବହେଳାର ମାତ୍ରା ? ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସାଧାରଣ ଜନତାଙ୍କ ମଧ୍ୟରେ । ତେବେ କିଏ ଦେବ ଏହାର ଉତ୍ତର । ଏହା କେବଳ ଏହି ଗାଁର ସ୍ବାସ୍ଥ୍ୟ ସେବାର ଚିତ୍ର ନୁହଁ, ସାରା ବ୍ଲକର କଥା ତେଣୁ ଏଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଜନ ସାଧାରଣ ଦାବି ହେଉଛି ।

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.